ବିଧାୟକଙ୍କ ଦ୍ଵାରା ଦୁଇଟି ପ୍ରକଳ୍ପ ଉଦଘାଟନ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଜକର ପାଞ୍ଚାୟତର ଜକର ଓ ଜେନାପୁର ଗ୍ରାମରେ ଦୁଇଟି ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଗୁରୁବାର ଦିନ ଜକର ଗ୍ରାମରେ ନୂତନଭାବେ ନିର୍ମାଣ ହୋଇଥିବା ସଭାଗୃହ ଓ ଜେନାପୁର ଗ୍ରାମରେ ସୌରଶକ୍ତି ଦ୍ୱାରା ଚାଳିତ ଏକ ପାନୀୟ ଜଳଯୋଗାଣ କେନ୍ଦ୍ର କୁ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ଜିଲ୍ଲା ପରିଷଦ ସଦସ୍ୟା ସୁଚିତ୍ରା ବିଷୋୟୀ, ବ୍ଲକ ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ପିଇଓ ଗୌରାଙ୍ଗ ଦଳେଇ, ସରପଞ୍ଚ ଶଙ୍କର ସେଠୀ ଓ ସମିତି ସଭ୍ୟା ରିତା ନାହାକ ଯୋଗ ଦେଇଥିଲେ । ଦୁଇ ଗ୍ରାମରେ ବିଧାୟକ ଶ୍ରୀ ସାହୁ ଙ୍କୁ ଗ୍ରାମବାସୀ ବୃନ୍ଦ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ