ଚିଲିଗୁଡା ନିକଟରେ ଓଲଟିଲା ଫଳ ବୋଝେଇ ପିକଅପ

କଳାହାଣ୍ଡି,(ଓ୍ବାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲିଗୁଡା ଏନ ଏଚ ୨୬ ରେ ପଛ ଚକ ଫାଟିବାରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି ଫଳ ବୋଝେଇ ପିକଅପ । ଗାଡିର ଡ୍ରାଇଭର ଓ ହେଲ୍ପର ଆହତ ଥିବାବେଳେ ସେମାନଙ୍କୁ କୋକସରା ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତା ରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ତେବେ ଆହତ ଦୁଇ ଜଣକୁ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଏହି ଫଳ ବୋଝେଇ ପିକଅପ ଟି ଭବାନୀପାଟଣା ରୁ ନବରଙ୍ଗପୁର ଯାଉଥିଲା ।ତେବେ ବର୍ତ୍ତମାନ କୋକସରା ପୋଲିସ ର ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ