ତାରଣା ଓ ହେଁସଡା ସ୍ଥିତ ଲଣ୍ଡା ପାହାଡରେ ବନ ମହୋତ୍ସବ ପାଳିତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ବନାଞ୍ଚଳ ଅନ୍ତର୍ଗତ ତାରଣା ଓ ହେଁସଡା ଗ୍ରାମ ନିକଟସ୍ଥ ଲଣ୍ଡା ପାହାଡରେ ୭୧’ତମ ବନ ମହୋତ୍ସବ ସପ୍ତାହର ଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଲଣ୍ଡା ପାହାଡରେ ତାରଣା,ହେଁସଡା ଓ ଜଜଗୋଡା ଗ୍ରାମବାସୀଙ୍କ ସହଯୋଗରେ ବହଳଦା ବନାଞ୍ଚଳ ପକ୍ଷରୁ ଗତବର୍ଷ ବିଭିନ୍ନ ପ୍ରଜାତିର ୮’ହଜାର ଗଛର ବୃକ୍ଷରୋପଣ କରାଯାଇଛି।ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ୨୬’ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ କମଳାକାନ୍ତ ନାଏକ ଯୋଗ ଦେଇଥିଲା ବେଳେ ସମ୍ମାନୀୟ ଅତିଥି ଭାବେ ପରିବେଶ ବିଦ୍ ତଥା ବରିଷ୍ଠ ସାମ୍ବାଦିକ ରାମଦାସ ମୁର୍ମୁ,ନେହରୁ ଯୁବକେନ୍ଦ୍ର ସଂଗଠନର ଯୁବା ସମାଜ ସେବୀକା ତଥା ଝରାଡିହି ଆଦର୍ଶକ୍ଲବର ସଭାନେତ୍ରୀ ଲଳିତା ମହାନ୍ତ,ଯୁବା ସମାଜ ସେବୀ ମଳୟ ମୁଣ୍ଡରୀ,ସମାଜ ସେବୀ ତଥା ଆଦର୍ଶକ୍ଲବ ସଂପାଦକ ସଂଜୟ ପଲେଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ।ଅନ୍ୟାନ୍ୟଙ୍କ ମଧ୍ୟରେ ଝରାଡିହି ଫରେଷ୍ଟ ବିଟ୍ ଅଧିନରେ ଥିବା ବିଭିନ୍ନ ବନ ସୂରକ୍ଷା ସମିତି ମଧ୍ୟରୁ ନନ୍ଦାବସା ବନସୂରକ୍ଷା ସମିତି ସଭାପତି ମଙ୍ଗଲ ହାଁସଦାଃ,କୋଷାଧ୍ୟକ୍ଷ କାଳୀଦାସ ହାଁସଦାଃ,ଏନିମେଟର ବାଡାଃ ମାର୍ଣ୍ଡି,କୁଦରସାହି ବନସୂରକ୍ଷା ସମିତିର କୋଷାଧ୍ୟକ୍ଷ ରାଜମାଲ ମାର୍ଣ୍ଡି,ଏନିମେଟର ସୂନାରାମ ମାର୍ଣ୍ଡି ଓ ଭାଗ୍ୟବତୀ ମାର୍ଣ୍ଡି ଦୁବଲାବେଡା ବନସୂରକ୍ଷା ସମିତିରୁ ଏନିମେଟର ନଗେନ ସର୍ଦ୍ଧାର ଓ ବେଲ ନାଏକ ବାନାଡୁଙ୍ଗୁରୀ ବନସୂରକ୍ଷା ସମିତିର ସଭାପତି ରାମରାଇ ଟୁଡୁ,କୋଷାଧ୍ୟକ୍ଷ ଫାତୁ ସୋରେନ ଓ ଏନିମେଟର ଦିଗି ଟୁଡୁ ଓ ରାମଗଡ ବନସୂରକ୍ଷା ସମିତିର କୋଷାଧ୍ୟକ୍ଷ ଅର୍ଜୁନ ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ବନ ବିଭାଗ ପକ୍ଷରୁ ବହଳଦା ବନାଞ୍ଚଳ ଫରେଷ୍ଟର ଜିତେନ୍ଦ୍ର ବେହେରା,ଝରାଡିହି ଫରେଷ୍ଟର ମହାବୀରସିଂ ମୁର୍ମୁ,ବନରକ୍ଷୀ ସୁଭଷ୍ମିତା ଗିରି,ପାରାଷ୍ଟାଫ ରାମ ଟୁଡୁ,ବୃହଷ୍ପତି ପଲେଇ,ମୋହନ ମହାକୁଡ,ବିଭୂଦତ୍ତ ମହାନ୍ତ,ଆନୋ ହାଁସଦାଃ,ବସନ୍ତ ମଣ୍ଡଳ ଓ ପ୍ରେମଚାନ୍ଦ ମୁର୍ମୁ ଉପସ୍ଥିତ ରହି ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ଶେଷରେ ହେଁସଡା,ଜଜଗୋଡା ଓ ତାରଣା ଗ୍ରାମରୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପୁରୁଷ ଓ ମହିଳା’ଙ୍କୁ ନେଇ ହୋଇଥିବା ବୈଠକରେ ବନାଞ୍ଚଳ ଅଧିକାରୀ ଓ ଅତିଥିମାନେ ନିଜ ନିଜର ସଂକ୍ଷିପ୍ତ ବକ୍ତବ୍ୟରେ ସମଗ୍ର ବିଶ୍ବର ଜନସାଧାରଣଙ୍କୁ ପର୍ଯ୍ୟାବରଣ ପ୍ରତି ସଚେତନ କରାଯିବା ଉଦ୍ଧେଶ୍ୟରେ ବନ ସୂରକ୍ଷା ସପ୍ତାହ ପାଳନ କରାଯାଉଥିବା ବିଷୟରେ ସୂଚିତ କରିବା ସହିତ ପ୍ରତ୍ୟୋକ ବ୍ୟକ୍ତି’ଙ୍କୁ ଅନ୍ତତଃ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରାଯିବାର ଆବଶ୍ୟକ ରହିଛି ବୋଲି କହିଥିଲେ କାରଣ ଏହି ଗଛ,ବଣ,ଜଙ୍ଗଲରୁ ହିଁ ଜୀବ ଜଗତର ପ୍ରାଣୀଙ୍କ ବଞ୍ଚିବାରେ ଆବଶ୍ୟକ ହେଉଥିବା ପାଣି,ପବନ ଓ ଅନ୍ୟାନ୍ୟ ଜରୁରୀ ଉପାଦାନ ମିଳିଥାଏ।ତେବେ ଶେଷରେ ବହଳଦା ଫରେଷ୍ଟର ଶ୍ରୀ ବେହେରା ଏହି ଲଣ୍ଡା ପାହାଡରେ ଜଙ୍ଗଲ ସୃଷ୍ଟି କରିବାରେ ସହଯୋଗ କରିଥିବା ସମସ୍ତ ଗ୍ରାମବାସୀ’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଝରାଡିହି ଫରେଷ୍ଟର ଶ୍ରୀ ମୁର୍ମୁ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।


