ବିନା ଟେଷ୍ଟ୍‌ ରିପୋର୍ଟରେ କରୋନା ରୋଗୀଙ୍କ ଶବ ହସ୍ତାନ୍ତର ଲାଗି କେନ୍ଦ୍ର ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିନା ‌ଟେଷ୍ଟ୍‌ ରିପୋର୍ଟରେ ଜଣେ ସନ୍ଦିଗ୍ଧ କରୋନା ରୋଗୀଙ୍କ ମର ଶରୀର ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବାକୁ ହେବ। ସନ୍ଦିଗ୍ଧ କରୋନା ରୋଗୀଙ୍କ ମର ଶରୀର ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବାରେ ବିଳମ୍ବ ହେଉଥିବାରୁ କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧୀନରେ ଡିଜିଏଚ୍ଏସ ଡ. ରାଜୀବ ଗାର୍ଗ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏବଂ ପ୍ରମୁଖ ସଚିବମାନଙ୍କୁ ଏକ ଚିଠି ଲେଖି କହିଛନ୍ତି, ଅତ୍ୟନ୍ତ ସତର୍କତା ଅବଲମ୍ବନ ପୂର୍ବକ ଜଣେ ସନ୍ଦିଗ୍ଧ କରୋନା ରୋଗୀଙ୍କ ମର ଶରୀରକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ହସ୍ତାନ୍ତର କରିବାକୁ ହେବ। ଉଲ୍ଲେଖଯୋଗ୍ୟ ଟେଷ୍ଟ୍‌ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ସନ୍ଦିଗ୍ଧ କରୋନା ରୋଗୀଙ୍କ ମର ଶରୀର ସେମାନଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କୁ ହସ୍ତାନ୍ତର ହେବାରେ ବିଳମ୍ବ ହେବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଯଦି ପରିଶେଷ‌ରେ ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସେ ତେବେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହେବ ଏବଂ ନିୟମାବଳୀ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ