ବିନା ପ୍ରତିଦ୍ୱନ୍ଦିତାରେ ଉପସଭାପତି ନିର୍ବାଚିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ସେବା ସମବାୟ ସମିତିରେ ବିନା ପ୍ରତିଦ୍ୱନ୍ଦିତାରେ ମମତା ବିଶ୍ୱାଳ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ନିଳକଣ୍ଠ ବାରିକ ନିର୍ବାଚନ ପରିଚାଳନା କରିଥିଲେ । ନିର୍ବାଚନ ବେଳେ ସମିତିର ସଭାପତି ରଞ୍ଜନ କୁମାର ସାହୁ, ପଞ୍ଚାୟତ ବିଜେଡି ସଭାପତି ଭୀମ ଚରଣ ସାମଲ, ସମିତିର ପୂର୍ବତନ ସଭାପତି ଜଗନ୍ନାଥ ପାଣିଗ୍ରାହୀ, ସରପଞ୍ଚ ରଶ୍ମିତା ସେଠୀ, ସମିତି ସଭ୍ୟ ମନୋରଞ୍ଜନ ସେଠୀ, ଆଇନଜୀବି ଅଣାକାର ମଲ୍ଲିକ, ପାଣି ପଞ୍ଚାୟତ ସଭାପତି ହିମାଂଶୁ ଶେଖର ମହାପାତ୍ର, ଆଇନଜୀବି ବିଷ୍ଣୁ ଚରଣ ମୁଦୁଲି, ସମାଜସେବୀ ଚିତ୍ରସେନ ପଣ୍ଡା, ବିଜେଡି ବ୍ଲକ ସଭାପତି କମଳାକାନ୍ତ ସାହୁ, ଛୟାଳସିଂ ପଞ୍ଚାୟତ ବିଜେଡି ଯୁବ ସଭାପତି ଧର୍ମେନ୍ଦ୍ର ଜେନା, ଶଙ୍କର୍ଷଣ ସେଠୀ, ସତ୍ୟରଞ୍ଜନ ବେହେରା, ଛୟାଳସିଂ ପଞ୍ଚାୟତ ବିଜେଡି ସଭାପତି ଗଣେଶ ପ୍ରସାଦ ଦାସ, ରାମ ଚନ୍ଦ୍ର ପଣ୍ଡା, ସତ୍ୟବ୍ରତ ପଣ୍ଡା, ଅଶୋକ କୁମାର ବେହେରା, ରାଜେନ୍ଦ୍ର ବେହେରା, ପଞ୍ଚାନନ ଦାସ, ଯଦୁନାଥ ଗିରି, ଚନ୍ଦନ କୁମାର ବେହେରା, ମନୋଜ କୁମାର ପଣ୍ଡାଙ୍କ ସମେତ ପରିଚାଳନା ପରିଷଦର ସମସ୍ତ ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ ।


