ବିପର୍ଜସ୍ତ ଶିକ୍ଷା ବ୍ୟବସ୍ଥା ପ୍ରାଥମିକ ବିଦ୍ୟାଳୟ ର ବିକଳ ଚିତ୍ର ତଳୁ ପାଣି ଝରୁଛି ଉପରୁ ପାଣି ଗଳୁଛି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଶିକ୍ଷା କ୍ଷେତ୍ରରେ ସରକାର ବୈପ୍ଳବିକ ପରିବର୍ତ୍ତନ ଆଣିଥିବା କୁହାଯାଉଛି। ପ୍ରାଥମିକ ଶିକ୍ଷା ଠୁ ଉଚ୍ଚ ଶିକ୍ଷା ଯାଏ ଛାତ୍ର ଛାତ୍ରୀ ଙ୍କୁ ସମସ୍ତ ସୁବିଧା ଯୋଗାଇବା ପାଇଁ କୋଟି କୋଟି ବ୍ୟୟ ବରାଦ କରାଯାଇଛି। ପୋଷାକ,ମଧ୍ୟାହ୍ନଭୋଜନ,ଜୋତା ,ପୁସ୍ତକ, ଠାରୁ ଆରମ୍ଭ କରିଏଭଳି ବିଭିନ୍ନ ପ୍ରକାର ସରକାରୀ ଅନୁଦାନ ଅର୍ଥ ପ୍ରଦାନ କରାଯାଉଛି। କିନ୍ତୁ ଯେଉଁଠି କି ପିଲାଙ୍କ ଭବିଷ୍ୟତ ଗଢ଼ା ହୁଏ ବିଦ୍ୟାଳୟର ଭାଗ୍ୟ ବଦଳୁ ନାହିଁ। ପ୍ରାଥମିକ ବିଦ୍ୟାଳୟ ଏବେ ଗାଇଗୁହାଳରେ ପରିଣତ ହୋଇଛି। ଯାହା ଫଳରେ ସରକାରୀ ସ୍କୁଲ ରୁ ମୁହଁ ଫେରାଉଛନ୍ତି। ଏଭଳି ପ୍ରାଥମିକ ବିଦ୍ୟାଳୟ ର ବିକଳ ଚିତ୍ର ସାନଖେମୁଣ୍ଡି ବ୍ଲକ ପାଟପୁର ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି।ଲଘୁଚାଜନିତ ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟର ଅବସ୍ଥା ଶୋଚନୀୟ, ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି। ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ୬୦୦ ଶହ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ଶ୍ରେଣୀ ଗୃହ ମାତ୍ର ୪ ଗୋଟି ରହିଛି। ଲଗାଣ ବର୍ଷାରେ ଛାତରୁ ପାଣି ଗଳୁଥିବା ବେଳେ ଶ୍ରେଣୀ ଗୃହ ତଳୁ ପାଣି ସେନ୍ତୁତାଉ ଥିବା ଦେଖିବାକୁ ମିଳିଛି। ଛାତ୍ର ଛାତ୍ରୀ ମାନେ ଆଖାରେ ପୋଛୁଥିବା ବେଳେ ପ୍ରଧାନ ଶିକ୍ଷକ ଝାଡୁ କରିବା ଦେଖିବାକୁ ମିଳିଛି। ବର୍ଷା ହେଲେ ପିଲାମାନେ ଠିଆ ହୋଇ ପାଠ ପଢନ୍ତି। ସ୍କୁଲରେ ପିଇବା ପାଇଁ ପାଣି ନାହିଁ, ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ସ୍ଥାନନାହିଁ ଥାଳି ଧୋଇବା ପାଇଁ ପାଣି ନାହିଁ , ଛାତରୁ ପଲସ୍ତରା ପଡୁଛି । ଭିତ୍ତିଭୂମି ର ଅଭାବ।ଏଭଳି ସ୍ଥିତି ରେ ଶିକ୍ଷାର ବିକାଶ ଦିଗରେ ଅଗ୍ରଗତି ସିଥିଲତା ପରିଲକ୍ଷିତ ହେଉଛି। ଏନେଇ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ବେହେରା ସାନଖେମୁଣ୍ଡି ଗୋଷ୍ଠି ଶିକ୍ଷାଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ରେଥିବା କୁରେସୁ ସେଠୀ ଙ୍କୁ ୨୪/୬/୨୨ ରେ ସ୍କୁଲ ର ସମସ୍ୟା ।କୁ ନେଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ସମସ୍ୟା ଦୂରହୋଇପାରୁନାହିଁ। ଏ ନେଇ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଙ୍କୁ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ବେହେରା ଜଣାଇବା ପରେ ଶ୍ରୀ ନାୟକ ସ୍କୁଲ ପରିଦର୍ଶକ କରି ପୁରାଣ ଶ୍ରେଣୀ ଗୃହ ବିପଦ ସଙ୍କୁଳ ହୋଇଥିବାରୁ ଭାଙ୍ଗିବାକୁ ଅନୁମତି ଦେଇଥିଲେ। କିନ୍ତୁ ତାହାରି ବଦଳରେ ନୂଆଁ ରେ ଗୋଟାଏ ମଧ୍ୟ ସ୍ରେଣି ଗୃହ ହୋଇପାରି ନାହିଁ। କେନ୍ଦ୍ର ଏବଂ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ସରକାରୀ। ଯୋଜନା କୋଉଠି ନା କୋଉଠି ବାଟବଣା ହେଉଥିବା ପରିଲକ୍ଷିତ ହେଉଛି। ସରକାରୀ ସ୍ତରରେ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେଇ ବିଦ୍ୟାଳୟର ଅବସ୍ଥା ପୁନଃରୁଦ୍ଧାର କରାଗଲେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ। ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଗଢ଼ା ଜାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।


