ବିଭିନ୍ନ ଦାବି ନେଇ ଆର୍ଯ୍ୟପଲ୍ଲୀ ପଂଚାୟତ ଉନ୍ନୟନ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ମାଟିଖାଲ ସ୍ଥିତ ଭାରତୀୟ ବିରଳ ମୃତ୍ତିକା ରେ ଏମଓପି ଗ୍ୟାସ ନିର୍ଗତ ପ୍ଲାଣ୍ଟ ସବୁଦିନ ପାଇଁ ବନ୍ଦ ରଖିବା, ପଂଚାୟତର ସବୁ ଘରକୁ ଘର ପଟ୍ଟା ପ୍ରଦାନ କରାଯିବା, ଆଇଆରଇଏଲ ଲିଜ୍ ରେ ଥିବା ଗ୍ରାମ କଣ୍ଟକ ଜାଗାକୁ ରଦ୍ଦ କରାଯିବା, ଆଇଆରଇଏଲ ଦ୍ୱାରା ଖଣିଜ ପଦାର୍ଥ ବାଲି ଉତ୍ତୋଳନ କରିଥିବା ଜାଗା (ଖାଲ, ଢେପ) ଜାଗାକୁ ରିପେରିଙ୍ଗ କରି ବୃକ୍ଷରୋପଣ କରାଯିବା, ଆଇଆରଇଏଲ ଦ୍ୱାରା ବାହାର ଲୋକଙ୍କୁ ନିଯୁକ୍ତି ଦେଇଥିବା ସେମାନଙ୍କୁ ବହିଷ୍କାର କରି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବା, ଗତ ୨୪.୦୯.୨୦୧୮ ରେ ଅତିରିକ୍ତ ଜିଲ୍ଲାପାଳଙ୍କଲ ପ୍ରକୋଷ୍ଠରେ ହୋଇଥିବା ଆରପିଡିଏସି କମିଟି ଏବଂ ଜିଲ୍ଲା ପ୍ରଶାସନର ମିଳିତ ଭାବେ ହୋଇଥିବା ୮ ଗୋଟି ଆଲୋଚନା ଦାବି ପ୍ରଦାନ କରାଯିବା ସମେତ ୬ ଦଫା ଦାବି ନେଇ ବୁଧବାର ଆର୍ଯ୍ୟପଲ୍ଲୀ ପଂଚାୟତ ଉନ୍ନୟନ କମିଟି ପକ୍ଷରୁ ଭାରତୀୟ ବିରଳ ମୃତ୍ତିକାର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପ ମହା ପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି । ଆସନ୍ତା ୧୦ ଦିନ ମଧ୍ୟରେ ଏହା ପୂରଣ ନ କରାଗଲେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଆର୍ଯ୍ୟପଲ୍ଲୀ ସରପଂଚ ତ୍ରିଲୋଚନ ବେହେରା, ଆର୍ଯ୍ୟପଲ୍ଲୀ ପଂଚାୟତ ଉନ୍ନୟନ କମିଟିର ସଭାପତି ଆର. ଗୋବିନ୍ଦା, ସମ୍ପାଦକ ବି. ଭିମସେନ, ଉପ ସଭାପତି ଏମ. ଦିଲ୍ଲୀପ, ଉପଦେଷ୍ଟା ଏମ୍. ଗୁମାଲି, କାହ୍ନୁଚରଣ ବେହେରାଙ୍କ ସମେତ ବହୁ ଅଂଚଳବାସିନ୍ଦା ମାନେ ଉପସ୍ଥିତ ଥିଲେ ।


