ବିଭିନ୍ନ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):କରୋନା ଯୋଦ୍ଧା ମାନଙ୍କୁ ସମଗ୍ର ମାନବ ସମାଜର ଲଢ଼େଇ ଜାରିରହିଛି ।ଏହି ଲଢେ଼ଇରେ ସର୍ବାଗ୍ରେ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ,ପୋଲିସ ବାହିନୀ,ସାମ୍ବାଦିକ,ପ୍ରଶାସନ ଓ ବିଭିନ୍ନ ସାମାଜିକ ସଙ୍ଗଠନ ।ବର୍ତ୍ତମାନ ପରିସ୍ଥିତିରେ ଏମାନଙ୍କୁ କରୋନା ଯୋଦ୍ଧା ଭାବରେ ନାମିତ କରିଯାଇଛି ।ଗତ ମାସରେ ଏହି କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ ଘଣ୍ଟ,ତାଳି ମାରିବା ଏବଂ ଦୀପ ଲଗାଇବା ପାଇଁ ସମଗ୍ର ଦେଶକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଆଜି ସମଗ୍ର ଦେଶର କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ସମଗ୍ର ଓଡିଆ ଜାତି ଗାଇଛି ବନ୍ଦେ ଉତ୍କଳ ଜନନୀ ।ଏହି ଅବସରରେ ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଏହି ସଙ୍ଗୀତ ଗାନ କରାଯାଇ ସମ୍ମାନ ଜଣାଯାଇଛି କରୋନା ଯୋଦ୍ଧାଙ୍କୁ ।ବେଲଗୁଣ୍ଠା ଫାଣ୍ଡି ଛକଠାରେ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ,ଏଏସଆଇ କୃଷ୍ଣଚନ୍ଦ୍ର ସେଠୀ,କନେଷ୍ଟବଳ ସରୋଜ ଦାସ ଓ ଅନ୍ୟ ପୋଲିସ କର୍ମଚାରୀ,ବେଲଗୁଣ୍ଠା ପ୍ରେମ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସୁଶାନ୍ତ ବେହେରା, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ,ସଦସ୍ୟ ସି.ଏଚ୍ ସୁରେଶ ସୁବୁଦ୍ଧିଙ୍କ ସହ ବେଲଗୁଣ୍ଠା ଜନ ସାଧାରଣ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।ସେହିପରି ବେଲଗୁଣ୍ଠା ଏନ୍.ଏ.ସି,ଗାଙ୍ଗପୁର ଥାନା, ଗୋବରା ପଞ୍ଚାୟତ, ଧୁମୁଛାଇ ପଞ୍ଚାୟତ, ପାଟୁଳିସାହି ଗ୍ରାମ, ନାଟେଙ୍ଗା ପଞ୍ଚାୟତ, ବଡବୋରସିଂ ପଞ୍ଚାୟତ ,ବଙ୍କା ପଂଚାୟତ ସମେତ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ଓ ବିଭିନ୍ନ କାର୍ଯ୍ୟାଳୟରେ ଏହାକୁ ପାଳନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ