୧୬ ନମ୍ବର ଜାତୀୟ ରାଜପଥ ରେ ମର୍ମଦୁନ୍ତ ସଡକ ଦୁର୍ଘଟଣା,ବଡ଼ ଭଉଣୀ ମୃତ, ସାନ ଭଉଣୀ ଗୁରୁତର

ଖଲ୍ଲିକୋଟ, (ସିଲୁ ବିଶ୍ଵାଳ):ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ର ଭେଜିପୁଟ ଫାଣ୍ଡି ସମ୍ମୁଖରେ ଆଜି ସନ୍ଧ୍ୟାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି ।ଦୁଇ ଭଉଣୀ ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ ସେମାନଙ୍କ ଉପରେ ମାଡ଼ିଯାଇ ଥିଲା ।ଘଟଣା ସ୍ଥଳରେ ବଡ ଭଉଣୀ ର ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀ କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା ।ପ୍ରାପ୍ତ ବିବରଣୀ ରୁ ପ୍ରକାଶ ଯେ, ଭେଜିପୁଟ ଗ୍ରାମର ସହଦେବ ମହାରଣା ଙ୍କ ଦୁଇ ଝିଅ ପୁଷ୍ପାଞ୍ଜଳି ମହାରଣା ଓ ରୋଜି ମହାରଣା ନିଜର ଜଣେ ସମ୍ପର୍କୀୟ ଘରକୁ ଯାଇଥିଲେ ।ସନ୍ଧ୍ୟାରେ ସେମାନେ ନିଜ ଘରକୁ ଫେରିବା ପାଇଁ ରାସ୍ତା ପାର ହେଉଥିବା ବେଳେ ବ୍ରହ୍ମପୁର ରୁ ଭୁବନେଶ୍ୱର ଯାଉଥିବା ଏକ ଟ୍ରକ ନମ୍ବର ଡବ୍ଲ୍ୟୁ ବି ୪୧ ଜି ୦୦୧୪ ସେମାନଙ୍କ ଉପରେ ମାଡ଼ିଯାଇ ଥିଲା ।ଘଟଣା ସ୍ଥଳରେ ବଡ଼ ଭଉଣୀ ପୁଷ୍ପାଞ୍ଜଳି(୨୪) ଙ୍କ ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀ ରୋଜି(୨୨) ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା ।ଦୁର୍ଘଟଣା ଘଟିବା ପରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ ।ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଛତ୍ରପୁର ଏସ ଡି ପି ଓ ଗୌତମ କିଷାନ, ତହସିଲଦାର ଚକ୍ରଧର ପାଢ଼ୀ ଓ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।ତହସିଲଦାର ରେଡକ୍ରସ ଫଣ୍ଡ ରୁ ମୃତକ ଓ ଆହତ ଦୁଇ ଭଉଣୀ ଙ୍କୁ୧୦ ହଜାର ଲେଖାଏଁ ୨୦ ହଜାର ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ ।୧୬ ନମ୍ବର ଜାତୀୟ ରାଜପଥ ର କେଶପୁର ଠାରୁ ନାରାୟଣୀ ଛକ ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ହେଉଥିବା ରୁ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ