ବିରଞ୍ଚିପୁର-ମାଣିତରା-ଜିରାବାଡ଼ି ରାସ୍ତାର ଶୁଭଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ

ବୁଗୁଡା, (ଅନିଲ ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଓ ଶଙ୍କୁରୁ ଗ୍ରାମ ପଞ୍ଚାୟତ ଜନସାଧାରଣଙ୍କ ମୁଖ୍ୟ ଦାବୀ ଥିଲା ପୂର୍ତ୍ତ ବିଭାଗର ବିରଞ୍ଚିପୁର-ମାଣିତରା-ଜିରାବାଡ଼ି ରାସ୍ତା ନିର୍ମାଣ । ଅଞ୍ଚଳବାସୀଙ୍କ ସେହି ସ୍ୱପ୍ନ ସାକାର ହେବାକୁ ଯାଉଛି। ରାଜ୍ୟର ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୮୪୧୬ / ତା ୦୮-୧୦-୨୧ ରିଖ ପ୍ରକାରେ ଏହି ପୂର୍ତ୍ତ ବିଭାଗ ରାସ୍ତା ଚଉଡ଼ା କରାଯାଇ ନିର୍ମାଣ ପ୍ରକ୍ରିୟା ପାଇଁ ମୋଟ ୨୨ କୋଟି ୮ ଲକ୍ଷ ବ୍ୟୟବରାଦ ପାଇଁ ଟେଣ୍ଡର କାମ ଆରମ୍ଭ ହେବାକୁ ଯାଉଛି। ଏହି ବିଷୟରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମହୋଦୟଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେ ଯେ ମାଣିତରା ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାପାଇଁ ୧୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସେହି ପରିମାଣ ଅର୍ଥରେ ରାସ୍ତା ସମ୍ପୂର୍ଣ୍ଣ ହୋଇ ପାରୁନଥିବା ଯୋଗୁଁ ବିଧାୟକ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ମହୋଦୟ ଓ ମୁଖ୍ୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକଙ୍କ ଅନୁରୋଧ ରକ୍ଷା କରି ବିରଞ୍ଚିପୁର-ଜିରାବାଡି ପୂର୍ତ୍ତବିଭାଗର ୧୮.୪୦ କିମି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ଆଉ ୪ କୋଟି ଟଙ୍କା ବୃଦ୍ଧିକରି ୨୨.୦୮ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନଭେମ୍ବର ୧୪ ତାରିଖରେ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ସେହିଦିନ ମାଣିତରା ପୂର୍ତ୍ତବିଭାଗ ରାସ୍ତା କାର୍ଯ୍ୟର ଶୁଭାରମ୍ଭ ହେବାର ଯୋଜନା ରହିଥିବା ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏଥି ସହ ମାଣିତରା ପଞ୍ଚାୟତରେ ଜଳସେଚନର ଉନ୍ନତି ପାଇଁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯିବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ