ଓଡ଼ିଆ ସଙ୍ଗୀତ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) : ‘ସ୍ମୃତିରେ ଆମ ଅକ୍ଷୟ’ ପରିବାର ପକ୍ଷରୁ ଓଡ଼ିଆ ସଙ୍ଗୀତର ମୁକୁଟ ବିହୀନ ସମ୍ରାଟ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ୮୫ତମ ଜୟନ୍ତୀ ‘ଶ୍ରୀ’ ଶିକ୍ଷା କକ୍ଷରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ଶାନ୍ତନୁ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଉପଦେଷ୍ଟା କବି ପ୍ରଶାନ୍ତ ଦାସ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ସଙ୍ଗୀତ ପ୍ରତିଭା ଓ ସଫଳତାର ବିଭିନ୍ନ ଦିଗ ଉପରେ ଅଲୋକପାତ କରିଥିଲେ । ଉପଦେଷ୍ଟା ମୁରଲୀଧର ନାୟକ, ପର୍ଶୁରାମ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସମ୍ପାଦକ ରାଜେଶ ଗିରିଙ୍କ ସମେତ ସୁକୁମାର ଘୋଷ, ଜୀବନଜ୍ୟୋତି ସ୍ୱାଇଁ, ଅନୁପମ ଦାସ, ଅଜୟ ଗୁହା, ଅଭିଜିତ ମହାପାତ୍ର, ସୁରଜିତ ମହାପାତ୍ର, ଆଶିଷ ଖଣ୍ଡେଲୱାଲ, ସନ୍ତୋଷ ବିଶ୍ୱାଳ, ଅମରଜିତ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ୱର୍ଗତ ମହାନ୍ତିଙ୍କ ଜୀବନାଦର୍ଶ ଓ ସଫଳ ସଙ୍ଗୀତ କଳା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପ୍ରତି ଜିଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ବେଳେ ଚଳିତବର୍ଷ ଅକ୍ଷୟ ଉତ୍ସବ ଆୟୋଜନ ନେଇ ଏହି ଅବସରରେ ସମସ୍ତେ ମତ ଦେଇଥିଲେ । ଶେଷରେ ସାରାଂଶ ମହାପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ