ବିରୋଧୀ ଦଳ ସାଂସଦମାନଙ୍କ ମାରାଥନ ନିଲମ୍ବନ ପ୍ରତିବାଦରେ ଆଇଏନଡିଆଇଏର ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଆଇଏନଡିଆଇଏ ମେଂଟ ବାଲେଶ୍ୱର ତରଫରୁ ବାଲେଶ୍ୱରସ୍ତ ଫାଣ୍ଡି ଛକଠାରୁ ଏକ ଗଣ ପଟୁଆର ବାହାରି ଜିଲ୍ଲାପାଳଙ୍କ ଅଫିସ ସାମନାରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦେଶର ସଂସଦରୁ ବିରୋଧୀ ଦଳ ମାନଙ୍କର ୧୪୩ଜଣ ସାଂସଦଙ୍କୁ ନିଲମ୍ବନ ବିରୋଧରେ ଆଇଏନଡିଆଇଏ ମେଂଟର ଦେଶବ୍ୟାପୀ ପ୍ରତିବାଦ ଦିବସକୁ ବାଲେଶ୍ୱର ଠାରେ ଜାତୀୟ କଂଗ୍ରେସ, ସିପିଆଇଏମ, ସିପିଆଇ, ତୃଣମୂଳ କଂଗ୍ରେସ, ଫରୱାର୍ଡ଼ ବ୍ଲକ ଏବଂ ଆପ ପ୍ରଭୃତି ଦଳ ମାନେ ମିଳିତ ଭାବେ ଏହି ପ୍ରତିବାଦ ପଟୁଆରରେ ଯୋଗ ଦେଇଥିଲେ । ଆଜିର ଏହି ପ୍ରତିବାଦ ବିକ୍ଷୋଭର ସମାବେଶରେ ଜାତୀୟ କଂଗ୍ରେସ ବାଲେଶ୍ୱର ଜିଲ୍ଲା ସଭାପତି ସଂଜୀବ ଗିରି ସଭାପତିତ୍ୱ କରିଥିଲେ । ବିଭିନ୍ନ ବକ୍ତାମାନେ ସେମାନଙ୍କ ବକ୍ତ୍ୟବରେ କହିଥିଲେଜେ ଭାରତୀୟ ସମ୍ବିଧାନର ସଂସଦୀୟ ଗଣତନ୍ତ୍ରର ସର୍ବୋଚ୍ଚ ଅନୁଷ୍ଠାନ ହେଉଛି ସଂସଦ । ସଂସଦରେ ବିରୋଧୀ ସଂସଦ ମାନେ ସମ୍ବିଧାନ ବ୍ୟବସ୍ତାର ସୁରକ୍ଷା ପାଇଁ କହିବା ଏବଂ ସଂସଦ ମଧ୍ୟରେ ଘଟିଥିବା ଦୁର୍ଘଟଣା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ତୁରନ୍ତ ବକ୍ତ୍ୟବ ରଖିବାକୁ ଦାବି କରିବାରୁ ଉଭୟ ସଂସଦରୁ ସେମାନଙ୍କୁ ଗଣ ନିଲମ୍ବନ କରାଗଲା । ଶାସକ ଦଳର ହାତ ବାରିସୀ ହୋଇ ରାଜ୍ୟସଭା ଅଧକ୍ଷ ଓ ଲୋକସଭା ବାଚସ୍ପତି ଏହି ଅଗଣତାନ୍ତ୍ରିକ କାର୍ଯ୍ୟ କରିଛନ୍ତି । ସଂସଦୀୟ ଆଲୋଚନାରୁ ସାଂସଦଙ୍କୁ ନିଲମ୍ବନ କରି ଦେଶର ନିର୍ବାଚନ ଆଯୁକ୍ତ ନିଯୁକ୍ତି ବ୍ୟବସ୍ତାର ସଂଶୋଧନ ବିଲ ଭଳି ଅନେକ ଗୁରୁତ୍ୱ ପୂର୍ଣ୍ଣ ବିଲ ଅନୁମୋଦନ ପାଇଁ ଏକଛାତ୍ରବାଦୀ ମୋଦି ସରକାରଙ୍କ ନିର୍ଦେସରେ ରାଜ୍ୟସଭା ଅଧକ୍ଷ ଓ ଲୋକସଭା ବାଚସ୍ପତି ବର୍ତମାନ ସୁଦ୍ଧା ୧୪୩ ଜଣ ସାଂସଦଙ୍କୁ ନିଲମ୍ବନ କରି ବିରୋଧୀ ଦଳ ଶୂନ୍ୟ ସଂସଦ ଚଳାଇବାରେ କଳଙ୍କିତ ଅଧ୍ୟାୟ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ସଂସଦୀୟ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି ବକ୍ତାମାନେ କହିଥିଲେ । ଭାରତୀୟ ସମ୍ବିଧାନ ବ୍ୟବସ୍ଥା ଓ ଗଣତନ୍ତ୍ର ଉପରେ ଏକଛତ୍ରବାଦ-ସାମ୍ପ୍ରଦାୟିକ କୂଚକ୍ର ଏବଂ କର୍ପୋରେଟ ଲୁଣ୍ଠନ ପାଇଁ ଜନ ବିରୋଧୀ ନୀତି ଗ୍ରହଣ ନୀତି ଗ୍ରହଣ କରି ମୋଦି ସରକାର ଯେଉଁ ଆକ୍ରମଣ ଆରମ୍ଭ କରିଛନ୍ତି ତାହା ଭାରତୀୟ ଗଣତନ୍ତ୍ରରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ସମ୍ବିଧାନ ବ୍ୟବସ୍ଥା ଓ ଅନୁଷ୍ଠାନ ଉପରେ ମୋଦି ସରକାରଙ୍କ ଏହି ସ୍ୱରାଚାରି ଆକ୍ରମଣ ମହଙ୍ଗା ପଡ଼ିବ ବୋଲି ବିଭିନ୍ନ ବକ୍ତା ବକ୍ତବ୍ୟ ରଖିଥିଲେ । ଭାରତୀୟ ସଂସଦୀୟ ଗଣତନ୍ତ୍ର ହେଉଛି ବହୁ ପରୀକ୍ଷିତ ଏବଂ ପରିପକ୍ୱ ଗଣତାନ୍ତ୍ରିକ ବ୍ୟବସ୍ତା । ଏହା ବିରୋଧରେ ଦେଶର ସମସ୍ତ ଗଣତନ୍ତ୍ର ପ୍ରେମୀ, ଧର୍ମନିରପେକ୍ଷ, ବାମପନ୍ଥୀ ଦଳମାନେ, ସମସ୍ତ ଦେଶ ପ୍ରେମୀ ସଂଗଠନ ଓ ବ୍ୟକ୍ତି ବିଶେଷ ଐକ୍ୟ ବଦ୍ଧ ହୋଇ ଗଣତନ୍ତ୍ର ସୁରକ୍ଷା ସଂଗ୍ରାମରେ ଝାସ ଦେବାକୁ ଆଜିର ଆଇଏନଡିଆଇଏ ମେଂଟ ତରଫରୁ ବହୁ ପ୍ରମୁଖ ନେତା ଆହ୍ୱାନ ଦେଇଥିଲେ । ଆଜିର ଏହି ପ୍ରତିବାଦ ସଭାରେ ସିପିଆଇଏମ ବାଲେଶ୍ୱର ଜିଲ୍ଲା ସମ୍ପାଦକ ଶିଶିର ହୁଇ, କଂଗ୍ରେସର ପୂର୍ବତନ ବିଧାୟକ ଦେବୀ ଚାନ୍ଦ, ଚିତ ଷଡ଼ଙ୍ଗୀ, ସିପିଆଇ, ଜିଲ୍ଲା ସହ ସମ୍ପାଦକ ଭାଗବତ ପ୍ରତିହାରି, ପିସିସିର ସାଧାରଣ ସମ୍ପାଦିକା ଅର୍ଚନା ନନ୍ଦୀ, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ମହିଳା କଂଗ୍ରେସ ଉପସଭାନେତ୍ରୀ ଅଞ୍ଜଳି ପ୍ରଧାନ, ତୃଣମୂଳ କଂଗ୍ରେସର ନେତା ନନ୍ଦନ ପାଳ, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଯୁବ ନେତା ସରୋଜ ଲେଙ୍କା,ବ୍ଲକ ସଭାପତି ରାଜୀବ ପରିଡା, ମନୋରଞ୍ଜନ ପଣ୍ଡା, ତରୁଣ ଦାସ, ଜୟକୃଷ୍ଣ ବେହେରା, ଉପେନ୍ଦ୍ର ବେହେରା, ଗଦାଧର ପରିଡା, ସିପିଆଇଏମ ନେତା ନିର୍ମଳ ନାୟକ, ଯୋଗାନନ୍ଦ ଦାସ, ସିପିଆଇ ନେତ୍ରୀ ବନ୍ଦନା ପାତ୍ର, କଂଗ୍ରେସର ଶ୍ରମିକ ନେତା ବିକାଶ ଦାସ, କଂଗ୍ରେସ ନେତା ତୁଷାର କାନ୍ତି ତାପସ୍ୱି, କୃଷକ ନେତା ସୁଦାମ ପାତ୍ର, କୃଷକ ଏକତା ମଂଚର ଅରୁଣ ଜେନା, ଟିଏମସିର ସଜନ ସାହା ପ୍ରମୁଖ ବକ୍ତ୍ୟବ ରଖିଥିଲେ । ଜିଲ୍ଲା କଂଗ୍ରେସର ମୁଖପାତ୍ର ସୁଧାଂଶୁ ଶେଖର ଜେନା ଧନ୍ୟବାଦ ଦେଇଥିଲେ । ସଭା ଶେଷରେ ସଂଜୀବ ଗିରି, ଶିଶିର ହୁଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଏଡିଏମଙ୍କୁ ଭେଟି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦିଆଯାଇଥିଲା । ଆଜିର ପଟୁଆରକୁ ସିପିଆଇଏମର ସୀତାଂଶୁ ସେନାପତି, ବିଜୟ ପାତ୍ର, ପ୍ରେମ ରଞ୍ଜନ ପାତ୍ର, ଦୀପ୍ତିମାନ ଆଚାର୍ଯ୍ୟ, ଦିଲୀପ ଗିରି, ରାଜକିଶୋର ଲେଙ୍କା, କଂଗ୍ରେସର ଜୀବନ ମହାପାତ୍ର, ନବ ପ୍ରସାଦ ଭୂୟାଁ, ଜଗନ୍ନାଥ ମହାପାତ୍ର, ଗୌରୀ ଶଙ୍କର ଜେନାଙ୍କ ସମେତ ଅନେକ ନେତୃତ୍ୱ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ