ବିଲକୁ ମୋଟର ସାଇକେଲ ଖସି ୩ ଆହାତ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ସହର ଉପକଣ୍ଠ ପୋଲସରା ରାସ୍ତା ନିକଟରେ ଅବସ୍ଥିତ ସନ୍ତୋଷୀ ମା ମନ୍ଦିର ନିକଟରେ ଅପରାହ୍ନ ୪ ଟା ସମୟରେ ବିଲକୁ ବାଇକ ଖସି ୩ ଜଣ ଆହାତ ହୋଇଛନ୍ତି । ଆହାତ ମାନଙ୍କ ପରିଚୟ ବୁଗୁଡା ଥାନା ଅନ୍ତର୍ଗତ ବାଦୁଆ ଗ୍ରାମର ସନ୍ନ୍ୟାସୀ ନାୟକ (୩୬),ମୁଳିଆର ନାୟକ(୪୨),ଓ ଶରତ ନାୟକ (୪୬) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ୩ ଜଣ ଗୋଟିଏ ବାଇକରେ ବସି ତାକରଡା ଗ୍ରାମରୁ ଭୋଜି ଖାଇ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ ବିଲକୁ ଖସିପଡିଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉନ୍ନତ ମାନର ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ