ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ପାଳିତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌):ବ୍ରହ୍ମପୁର ସ୍ଥାନୀୟ ଗୋବିନ୍ଦ ବିହାର ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ଚତୁର୍ଥ ବାର୍ଷିକ ଉତ୍ସବ ଲୋଚାପଡା କାଳୀ ମନ୍ଦିର ଛକ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିରର ସଭାପତି ଉପେନ୍ଦ୍ର ସାହୁଙ୍କ ପୈାରାହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଏସ୍‌ଏମ୍‌ଆଇଟି ସଭାପତି ଭଗବାନ ଭଗବାନ ଗନ୍ତାୟତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଦକ୍ଷିଣ ଓଡିଶା ବରିଷ୍ଠ କଳାକାର ମହାସଂଘ ସଭାପତି ଡାକ୍ତର ତିରୁପତି ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେବା ସହ ପ୍ରାକ୍ତନ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ,ପ୍ରାକ୍ତନ ବିଡିଏ ଅଧକ୍ଷ ସୁବାସ ମହାରଣା,ଦକ୍ଷିଣ ଓଡିଶା ମଂଚ କଳାକାର ସମ୍ମିଳନୀର ସଭାପତି କେ.ବଳରାମ ଦାସ,ସୁନାମଧନ୍ୟ କଣ୍ଠଶିଳ୍ପୀ ସୁଦିପ୍ତ ସାହୁ ,ଅତିଥି ଭାବରେ ଯୋଗଦେଇ ନିଜର ମନ୍ତବ୍ୟରେ ବିଦ୍ୟାର୍ଥୀ ମାନେ ଗୁରୁଜୀ ଓ ଗୁରୁମା ମାନଙ୍କର ସାହାର୍ଯ୍ୟ ନେଇ ସାଧନାର ସହ ପାଳନ କରିବାକୁ ଅତିଥି ବୃନ୍ଦ ନିଜର ମନ୍ତବ୍ୟ ଦେଇଥିଲେ । ବିଦ୍ୟା ମନ୍ଦିର ସଂପାଦକ ଅଲେଖ କୁମାର ସାହୁ,ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟା ମନ୍ଦିରର ସଂପାଦକ ଅଲେଖ କୁମାର ସାହୁ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟା ସୁନିତା କୁମାରୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଯୁବ ସମାଜ ସେବୀ ସୁଶାନ୍ତ କୁମାର ସାହୁ ଶିକ୍ଷାବିତ୍ ସିଏଚ୍ ସୁରେନ୍ଦ୍ର ପାତ୍ର ,ଯୁବ ଚିତ୍ର ଶିଳ୍ପୀ ବିକ୍ରମ ଏବଂ ଶିଶୁ ଯାଦୁକର ରାକେଶ କୁମାର ସାହୁ ପ୍ରମୁଖଙ୍କୁ ଆନୁଷ୍ଠାନିକ ଭାବେ ସମ୍ଭର୍ଦ୍ଧିତ କରାଯାଇଥିଲା ।ତତ୍ ପରେ ପରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଆୟୋଜିତ ରଂଗାରଂଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାକେଶଙ୍କ ଯାଦୁବିଦ୍ୟା ପ୍ରଦର୍ଶନ ବିଶେଷ ଆକର୍ଷଣ ଥିଲା ।ବିଦ୍ୟା ମନ୍ଦିର ପ୍ରତିଷ୍ଠାତା ସୁବାସ ଚନ୍ଦ୍ର ସାହୁ ,ରୀନା ସାହୁ , ରୁପା ପାତ୍ର ,ଅବନ୍ତି ସାହୁ ,ପ୍ରମୁଖ ଆଚାର୍ଯ୍ୟା ମାନେ ସଂନ୍ଧ୍ୟାରାଣୀ ସାହୁ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ଶିକ୍ଷାବିତ୍ ଡି. ଲକ୍ଷ୍ମଣ ରାଓ କାର୍ଯ୍ୟକ୍ରମରେ ରୁପରେଖ ସଂପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ