ବିଳମ୍ବରେ ଅଫିସ ଆସିଲେ ମିଳିବନି ସରକାରୀ ଗାଡ଼ି

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ ସତ୍ତ୍ୱେ ପୂର୍ବାହ୍ନ ୧୦ଟାରେ କାର୍ଯ୍ୟାଳୟରେ ପହଞ୍ଚୁ ନାହାନ୍ତି ବିଭାଗୀୟ ଅଧିକାରୀ । ଏମିତିକି ଜରୁରୀ କାମ ଥିବା କ୍ଷେତ୍ରରେ ୩୦ ମିନିଟ ଅଧିକ ସମୟ ଦିଆଯାଉଛି । ତା ପରେ ବି ବିଳମ୍ବରେ ଅଫିସ ଆସୁଛନ୍ତି ଅଧିକାରୀ । ସରକାରୀ ଗାଡ଼ି ଦିଆଯିବା ସତ୍ତ୍ୱେ ବି କେତେ ଜଣ ବରିଷ୍ଠ ଅଧିକାରୀ ବିଳମ୍ବରେ ଆସୁଥିବାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଅଗଷ୍ଟ ପହିଲାଠାରୁ ଯଦି କୌଣସି ଅଧିକାରୀ ସରକାରୀ ଗାଡ଼ି ବ୍ୟବହାର କରିବା ସତ୍ତ୍ୱେ ବିଳମ୍ବରେ କାର୍ଯ୍ୟାଳୟକୁ ଆସୁ୍ଥିବା ନଜରକୁ ଆସେ, ତାଙ୍କ ଠାରୁ ଗାଡ଼ି ପ୍ରତ୍ୟାହାର କରି ନିଆଯିବ । ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି । ସେ କହିଛନ୍ତି ଯେ ବିଭାଗ ଅଧୀନରେ କାର୍ଯ୍ୟରତ ସଚିବ, ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଉପ ସଚିବମାନଙ୍କର କାର୍ଯ୍ୟକ୍ଷେତ୍ରରେ ପ୍ରମୁଖ ଭୂମିକା ରହିଛି । ସେମାନେ ସମୟାନୁବର୍ତ୍ତି ହେବା ଆବଶ୍ୟକ । ଫଳରେ ବିଭାଗ ଠିକ୍ ଭାବେ କାର୍ଯ୍ୟ କରିପାରିବ । ତେବେ ଦେଖାଯାଉଛି ଯେ ବରିଷ୍ଠ ଅଧିକାରୀମାନେ ୧୦ଟା ୩୦ ଯାଏ ବି କାର୍ଯ୍ୟାଳୟରେ ଯୋଗ ଦେଉନାହାନ୍ତି । ସରକାରୀ ଗାଡ଼ି ଯୋଗାଇ ଦିଆଯିବା ସତ୍ତ୍ୱେ ବିଳମ୍ବରେ ପହଞ୍ଚୁଛନ୍ତି । ତେଣୁ ଅଗଷ୍ଟ ମାସଠାରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ