ବିଶିଷ୍ଟ ପାଲା ଗାୟକ ଓ କର୍ମକାଣ୍ଡ ଆଚାର୍ଯ୍ୟଙ୍କ ଶ୍ରାଦ୍ଧବାର୍ଷିକ ଓ ସ୍ମୃତିସଭା

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ କଳିଗାଁର ବିଶିଷ୍ଟ ପାଲା ଗାୟକ ତଥା କର୍ମକାଣ୍ଡ ଆଚାର୍ଯ୍ୟ ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ଓ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅନେକ ପାଲା ଗାୟକ ଓ ସାଧୁସନ୍ଥ ମାନେ ଯୋଗଦେଇଥିଲେ । ଗାୟକ ବାଗୀଶ ଓ ବିଶିଷ୍ଟ ସ୍ତମ୍ବକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧୁ ସର୍ବଶ୍ରୀ ଅଖଣ୍ଡାନନ୍ଦ ତ୍ସ୍ୱତୀ, ଦିବ୍ୟାନନ୍ଦ ବାବା, ନୀଳବାବା, ଉମାବାବା, ବ୍ରଜ ବାବା, ଯଦୁନାଥ ବାବା, ଅଣାମଠ ବାବା, ଓରାଳିର ପରମହଂସ ବାବା, ମାତା ସରସ୍ୱତୀ ଦେବୀ, ତଥା ରସିକାବାଦ ଆଶ୍ରମର ଭକ୍ତ ଏବଂ ଗ୍ରାମବାସୀମାନେ ଯୋଗଦେଇ ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ସଙ୍କିର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ସଂଙ୍କିର୍ତ୍ତନ ସହ ହୋମଯଜ୍ଞାଦି କରାଯାଇଥିଲା । ଶେଷରେ ଜ୍ୟେଷ୍ଠପୁତ୍ର ପଦ୍ମନାଭ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ