ପେଟ ପାଇଁ ପଦାକୁ ବାହାରି ପ୍ରତିବାଦ କଲେ ସଂଗୀତ ମଂଚ କଳାକାର

ନାଉଗାଁ, (ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ସଂଗୀତ ମଂଚ କଳାକାର ସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଂଚ କଳାକାର ସଂଘର ସଭାପତି ଦେବାଶୀଷ ଖୁଂଟିଆଙ୍କ ପୈାରହିତ୍ୟରେ ଆୟୋଜିତ ପ୍ରତିବାଦ ସଭାରେ ସଂପାଦକ ବିଜୟ ମହାନ୍ତି, ଉପସଭାପତି ତପସ୍ୱିନୀ ମହାନ୍ତି, ସହ ସଂପାଦକ ଜ୍ୟୋତିର୍ମୟୀ ସାହୁ, କୋଷାଧ୍ୟକ୍ଷ ହର୍ଷବଦ୍ଧନ ସ୍ୱାଇଁ, ନାଉଗାଁ ବ୍ଳକ ସଭାପତି ଶୁଭ୍ରକାନ୍ତ ଦାଶ, ସଂପାଦକ ପ୍ରଦୀପ ଜେନା ଆଦିଙ୍କ ସହିତ ଶତାଧିକ କଳାକାର ଯୋଗ ଦେଇଥିଲେ । କରୋନା ମହାମାରୀ ପାଇଁ ଦୀର୍ଘ ୮ ମାସ ହେବ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଛି । କଳାକାରମାନେ ଯାହା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିଲେ ଯାତ୍ରା ବନ୍ଦ ଯୋଗୁ କଳାକାର ମାନେ ଦୁର୍ଦ୍ଦିନରେ ଗତି କରୁଛନ୍ତି । କିନ୍ତୁ ଉପ ନିର୍ବାଚନରେ ନିର୍ବାଚନୀ ସଭାରେ ହଜାର ହଜାର ଜନସାଧରାଣ ଏକତ୍ରିତ ହୋଇ କରୋନା ନିୟମ ପାଳନ କରାଯାଉ ନଥିବା କଳାକାରମାନେ ପ୍ରତିବାଦ କରିଥିଲେ ।ଯଦି ସରକାର ତାଙ୍କ ଦାବି ପୁରଣ ନକରନ୍ତିତାହେଲେ ଆଗାମୀ ଦିନରେ ନବିନ ନିବାସ ଓ ବିଧାନ ସଭା ଘେରାଉ କରିବାପାଇଁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ