ବିଶିଷ୍ଟ ସର୍ବୋଦୟ କର୍ମୀ ତଥା ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସଙ୍କ ବିୟୋଗରେ ଓପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ଶୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ଛାଡ ଆନ୍ଦୋଳନର ସିପାହୀ, ବିନୋବା ଭାବେଙ୍କ ହନୁମାନ, ବିଶିଷ୍ଟ ଭୂଦାନ ସର୍ବୋଦୟ ନେତା, ଉତ୍କଳ ସର୍ବୋଦୟ ମଣ୍ଡଳର ପ୍ରାକ୍ତନ ସଭାପତି, ବିଶିଷ୍ଟ ସଂଗୀତ ଶିଳ୍ପୀ, ଖରସୁଆଁରୁ କୁଲାବିରି ଆତ୍ମଜୀବନୀର ଲେଖକ, ଉତ୍କଳ ସର୍ବୋଦୟ ମଣ୍ଡଳ,ରାଷ୍ଟ୍ରୀୟ ଯୁବା ସଂଗଠନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଆଦି ସଂଗଠନର ମାର୍ଗଦର୍ଶକ ରୂପେ କାର୍ଯ୍ୟରତ, ଶତାୟୁ ସଂଗ୍ରାମୀ ନିଶାକର ଦାସଙ୍କର ଆଜି ପ୍ରାତଃ କାଳରେ କର୍ମଭୂମି କୋରାପୁଟର କୁଲାବିରି ଆଶ୍ରମରେ ସ୍ୱର୍ଗପ୍ରାପ୍ତି ହୋଇଯାଇଛି। ତାଙ୍କ ବିୟୋଗରେ ଓପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଗୋପବନ୍ଧୁ ଚୌଧୁରୀ, ମାଆ ରମାଦେବୀ, ନବକୃଷ୍ଣ ଚୌଧୁରୀ, ଆଚାର୍ଯ୍ୟ ହରିହର ଦାସ, ଗୁଣନିଧି ମହାନ୍ତି, ବିଶ୍ଵନାଥ ପଟ୍ଟନାୟକ, ମହମ୍ମଦ ବାଜୀ ଆଦିଙ୍କର ଘନିଷ୍ଠ ସହଯୋଗୀ ଥିଲେ ସ୍ବର୍ଗତ ନିଶାକର ଦାସ।ନିଶାକର ଦାସଙ୍କ ବିୟୋଗ ଓଡ଼ିଶାର ସାମାଜିକ ଆନ୍ଦୋଳନ ପାଇଁ ଅପୂରଣୀୟ କ୍ଷତି। ସେ ଗାନ୍ଧୀ ବିଚାରଧାରାରେ ବହୁ ସଂଖ୍ୟାରେ ଯୁବକମାନଙ୍କୁ ଅଧିକ ଆକୃଷ୍ଟ କରାଇ ପାରିଥିଲେ ବୋଲି କହିବା ସହ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସନବେଡନା ଜଣାଇଛନ୍ତି ଓପିସିସି ସଭାପତି ଶରତ ପଟ୍ଟନାୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ