ମହାନଦୀ କେନାଲ୍ ରୁ ଯୁବକଙ୍କ ଶବ ଉଦ୍ଧାର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ମଙ୍ଗଳବାର ରାତ୍ର ଆଠ ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମର ବାବୁଲା ନାଇକଙ୍କ ଦ୍ୱିତୀୟ ପୁତ୍ର ସଂଗ୍ରାମ ନାଇକ ଏକ ରୟାଲ୍ ଏନଫିଲ୍ଡ ହଣ୍ଟର୍ ମୋଟରସାଇକେଲ୍ ଯୋଗେ ଗୋବରା ନିକଟସ୍ଥ ବରପଲ୍ଲୀ ଗ୍ରାମକୁ ଏକ ବାହାଘର ଭୋଜିରେ ଯୋଗଦେବା ପାଇଁ ଆସିଥିଲା I କିନ୍ତୁ ଭୋଜି ଖାଇସାରି ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘର ଲୋକେ ବ୍ୟସ୍ତ ହୋଇ ସଂଗ୍ରାମକୁ ବରପଲ୍ଲୀ ପର୍ଯ୍ୟନ୍ତ ଆସି ଖୋଜାଖୋଜି କରିଥିଲେ ମଧ୍ୟ ସଂଗ୍ରାମକୁ ପାଇନଥିଲେ I ଆଜି ସକାଳେ କିଛି ଲୋକ ପ୍ରାତଃ ଭ୍ରମଣ କରୁ୍ଥିବା ସମୟରେ ବରପଲ୍ଲୀ- ବେଣୀପଲ୍ଲୀ ମଝିରେ ଥିବା ମହାନଦୀ କେନାଲ୍ ର ପ୍ରଥମ ଗେଟ୍ ନିକଟରେ କେନାଲ୍ ଭୀତରେ ଜଣେ ଯୁବକଙ୍କ ଶବ ଏବଂ ମୋଟରସାଇକେଲ୍ ପଡ଼ିଥିବା ଦେଖିଥିଲେ I ଏ ନେଇ ସ୍ଥାନୀୟ ସରପଞ୍ଚ ଦୁର୍ଗାମାଧଵ ନାୟକଙ୍କୁ ଖବର ଦେଇଥିଲେ । ଏନେଇ ଦୁର୍ଗାମାଧଵ ସଂଗ୍ରାମଙ୍କ ପରିବାର ଓ ଥାନାକୁ ଖବର ଦେଇଥିଲେ । ପରିବାର ଲୋକ ଆସି ଶବ ଚିହ୍ନଟ କରିବା ସହିତ ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସଂଗ୍ରାମଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇ ସଂଗ୍ରାମଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା I ଅନୁମାନ କରାଯାଉଛି ସଂଗ୍ରାମ ବରପଲ୍ଲୀରେ ଭୋଜି ଖାଇସାରି ସାଢେ ଦଶଟା ସମୟରେ ରୟାଲ୍ ଏନଫିଲ୍ଡ ହଣ୍ଟର୍ ମୋଟରସାଇକେଲ୍ ଯୋଗେ ନିଜ ଗ୍ରାମ ମନ୍ଦାରକୁ ଫେରୁଥିବା ବେଳେ ବରପଲ୍ଲୀ- ବେଣୀପଲ୍ଲୀ ମଝିରେ ଥିବା ମହାନଦୀ କେନାଲ୍ ର ପ୍ରଥମ ଗେଟ୍ ଶଙ୍ଖଟି ବୁଲାଣି ଏବଂ ଖାଲୁଆ ହୋଇଥିବା ଯୋଗୁଁ ସେ ଭାରସାମ୍ୟ ହରାଇ କେନାଲ୍ ଭିତରକୁ ଖସି ପଡ଼ି ମୃତ୍ୟୁ ବରଣ କରିଥିଲା I କେନାଲ୍ ଭିତରେ ପଡ଼ିଯିବା ଯୋଗୁଁ ସଂଗ୍ରାମର ମୋବାଇଲ୍ ଟି ପାଣି ଭିତରେ ବୁଡିଯାଇ ସୁଇଚ୍ ଅଫ ହୋଇଯିବା ଫଳରେ ସଂଗ୍ରାମର ପରିବାର ଲୋକେ ସେହି ମୋବାଇଲ୍ କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା ଏବଂ ସଂଗ୍ରାମ ସମ୍ପର୍କରେ ଖବର ମିଳିନଥିଲା I ପ୍ରକାଶ ଥାଉକି ସଂଗ୍ରାମ ସୁରତ୍ ରେ ଦାଦନ ଶ୍ରମିକ ଭାବେ କାମ କରୁ୍ଥିବା ବେଳେ ସେ କିଛି ଦିନ ହେବ ଗାଆଁକୁ ଆସିଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ