ବିଶିଷ୍ଟ ପଣ୍ଡିତ ଦେବରାଜ ପଣ୍ଡାଙ୍କ ଦେହାନ୍ତ, ଅଞ୍ଚଳରେ ଶୋକ
ଚିକିଟି ( କୁରେଶ ସାହୁ): ଚିକିଟି କରବାଲୁଆ ମେଇନ ରୋଡ ନିଵାସୀ ପଣ୍ଡିତ ଶ୍ରୀ ଦେବରାଜ ପଣ୍ଡାଙ୍କ ହୃଦଘାତ ଜନିତ କାରଣରୁ ମୃତ୍ୟୁ ହୋଇଯାଇଛି। ଚାଲ ବୁଲ କରୁଥିବା ବେଳେ ହଟାତ ଦେହତ୍ୟାଗ କରି ଅଂଚଳରେ ଶୂନ୍ୟ ସ୍ଥାନଟେ ଛାଡି ଦେଇଥିବା ଅଞ୍ଚଳ ବାସୀ କହିଛନ୍ତି। ଜଣେ ଆଦର୍ଶ ଶିକ୍ଷକ ରୂପେ ନିଜ କର୍ତ୍ତବ୍ୟ ପାଳନ କରି ସମାୟାନୁବର୍ତିତା, ଉତ୍ତମ ବ୍ୟବହାର ପାଇଁ ସମସ୍ତଙ୍କ ପ୍ରିୟ ପାତ୍ର ହୋଇଥଲେ।ଜ୍ୟୋତିଷ ଶାସ୍ତ୍ର ଏବଂ ଆଧ୍ୟାତ୍ମିକ ଶାସ୍ତ୍ର ରେ ନିପୁଣତା ଯୋଗୁଁ ସେ ବହୁ ବ୍ୟକ୍ତି ବିଶେଷଙ୍କ ଜୀବନର ଗତିଧାରା ବଦଳାଇ ସମାଜିକ ସ୍ରୋତରେ ସାମିଲ ହେବା ନେଇ ସହଯୋଗ ମଧ୍ୟ କରିଛନ୍ତି। କବିରାଜି ଵିଦ୍ୟାରେ ବହୁ କଷ୍ଟ ସାଧ୍ୟ ରୋଗର ଉପସମ ମଧ୍ୟ କରିବାରେ ସଫଳ ହୋଇ ଅଂଚଳରେ ଗୌରବ ଲାଭ କରିଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ଧର୍ମ ପତ୍ନୀ ବିନୋଦିନି, ପୁଅ ଲଷ୍ମୀ ନାରାୟଣ, ଦୁର୍ଗା ମାଧବ, ରବି ନାରାୟଣ, ମୁନ୍ନା ଏବଂ ଝିଅ କଳ୍ପନା,ନାତି ନାତୁଣୀ ରାହୁଲ, ଗୁଡଲି,ଆର୍ଯ୍ୟନ,ଆଦିତ୍ୟ ପ୍ରମୁଖ ଶେଷ ଦର୍ଶନ ସାରି ପୁରୀ ସ୍ୱର୍ଗ ଦ୍ବାର ରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ଜ୍ଞାନ, ଗାରିମା,ଆଦର୍ଶ,ଶାସ୍ତ୍ରୀୟ ଜ୍ଞାନ ସମସ୍ତ ଙ୍କ ପାଇଁ ପ୍ରେରଣା ଦାୟକ ବୋଲି ପ୍ରଶଂସକ ଙ୍କ ମହଲ ରେ ଆଲୋଚନା ହୋଇଥିବା ବେଳେ ବହୁ ବୁଦ୍ଧିଜୀବୀ ସେସ ଦର୍ଶନ ସାରି ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି।


