ବିଶୋଇ ବ୍ଲକ ରେ “ମୋ ଉପକାରୀ ବଗିଚା”ଯୋଜନା ର ଶୁଭାରମ୍ଭ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମହାମାରୀ କରୋନା ସମୟରେ ଏମଜିନରେଗା ଯୋଜନାରେ ଲୋକ ମାନଙ୍କୁ ସ୍ୱାବଲମ୍ବୀ କରି ୧୦୦ଦିନର କାର୍ଯ୍ୟ ଯୋଗାଇବା ଉଦ୍ବେଶ ନେଇ ରାଜ୍ୟ ସରକାର ‘ମୋ ଉପକାରୀ ବଗିଚା ‘ଯୋଜନା ଶୁଭାରମ୍ଭ କରିଥିଲେ।ଏହି ଯୋଜନାର ସୁଫଳ ରୂପାୟନ ପାଇଁ ଶୁକ୍ରବାର ବିଶୋଇ ବ୍ଲକ ର ନଙ୍ଗଳ ବେଣ୍ଟା ପୋଖରିଆ ପଂଚାୟତ ଓ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ବନ ବିଭାଗର ମିଳିତ ସହଯୋଗରେ “ମୋ ଉପକାରୀ ବଗିଚା” ଯୋଜନାରେ ଚାରା ବିତରଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶୋଇ ବନ୍ୟ ପ୍ରାଣୀ ବନାଚଳ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ଯୋଗ ଦେଇ ଚାରା ବଣ୍ଟନ କାର୍ଯ୍ୟକ୍ରମ ଉଦଘାଟିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏପିଓ ଦୀପକ କୁମାର କର, ଏଫଏମ୍ୟୁ ସଂଯୋଜକ ରାତିରଞ୍ଜନ ମହାନ୍ତ ,ତାରକାନ୍ତ ପଣ୍ଡା ବିଶୋଇ ବନାଞ୍ଚଳ୬ଟି ଭିଏସଏସର ବନସହାୟକକ କର୍ମୀ ଗ୍ରାମ ସଂଯୋଜକ ଆନିମେଟର ପ୍ରମୁଖ ଯୋଗ ଦେଇଥିଲେ । ଆନିମେଟର ,ଜିଏସ,ଜିଆରଏସଙ୍କ ପ୍ରମୁଖ ସହଯୋଗ ରେ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ପୃଷ୍ଟି ପରାମର୍ଶ ଦେଇଥିଲେ।ଏହି ବ୍ଲକ ଅନ୍ତର୍ଗତ ୧୩ଟି ପଂଚାୟତ ର୨୩୨ ଜଣ ହିତାଧିକାରୀ ଏହି କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ରେ ନ. ବେ ପୋଖରିଆ, ଖଡ଼ମ୍ବବେଡା,ଜୁଡ଼ିଆ, ଲୁହକାନି,ବିଶୋଇ ଆଦି୫ଟି ପଂଚାୟତ ର୧୫୦ ଜଣ ହିତାଧିକାରୀଙ୍କୁ ମାର୍ଶାଲ ସ୍ୱୟଂ ସହାୟକ ଗୋଷ୍ଟି ବାହାଗାଡ଼ ପକ୍ଷରୁ ପ୍ରତି ହିତାଧିକାରୀଙ୍କୁ ୩ଟି ଲେଖାଏଁ ଅମୃତ ଭଣ୍ଡା ଓ ସଜନାଗଛ ଚାରା ଉଦ୍ୟାନ ବିଭାଗ ପକ୍ଷରୁ ୩ ଟି ଲେଖାଏଁ କଦଳି ଓ ଲେମ୍ବୁ ଗଛ ଚାର ବଣ୍ଟନ କରାଯିବ ଯୋଜନା ରହିଥିବା ଜଣା ପଡ଼ିଛି।ବ୍ଲକ ର ବିଭିନ୍ୟ ପଂଚାୟତ ରେ ଚିହ୍ନଟ ହୋଇଥିବା ଗ୍ରାମ ଗୁଡିକର ହିତାଧିକାରୀ ମାନଙ୍କ ଘର ଇ ବଗିଚାରେ ଗଛ ଲଗାଇବା ପାଇଁ ଗାତ ଖୋଲିବା ଆଦି ଆନୁମାନିକ ଖର୍ଚ୍ଚ ଏମ୍ଜି ନରେଗା ପକ୍ଷରୁ ପ୍ରଦାନ କରାଯିବାର ସ୍ଥିର ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ