ବିଶ୍ଵକର୍ମା ସମାଜ, ପକ୍ଷୀସ୍ବ ଗୋତ୍ର, ସୂତ୍ରଧାର ବଂଶର ମହାସଭା

ପୋଲସରା, (ଅନିଲ କୁମାର ମହାରଣା):ବିଶ୍ଵକର୍ମା ସମାଜ, ପକ୍ଷୀସ୍ବ ଗୋତ୍ର, ସୂତ୍ରଧାର ବଂଶର ଦଶମ ସାମ୍ବିଧାନିକ ଅଧିବେଶନ ଓ ମହାସଭା ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମାର୍ଚ୍ଚ ୧୩ ଓ ୧୪ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଦୁଇ ଦିନିଆ କାର୍ଯ୍ୟକ୍ରମରେ ବଂଶର ସଭାପତି ଲକ୍ଷ୍ମୀ ମହାରଣା ଅଧ୍ୟକ୍ଷତା କରିଥିଲେ। ପ୍ରଥମ ଦିନ ପଞ୍ଜିକରଣ କାର୍ଯ୍ୟ ସହ ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ଦ୍ଵିତୀୟ ଦିବସରେ ଅଭିଯୋଗର ବିଚାର ଓ ସମାଧାନ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ପରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ବର୍ତ୍ତୀନ ର ଲକ୍ଷ୍ମୀ ମହାରଣା ସଭାପତି, ନିମପଦର ର ଖଦାଳ ମହାରଣା ଉପସଭାପତି, କାନଗିରିଡି ର ହିମାଂଶୁ ମହାରଣା ସମ୍ପାଦକ, ମାଗୁରାପୁଞ୍ଜା ର ସୀମାଞ୍ଚଳ ମହାରଣା ଯୁଗ୍ମ ସମ୍ପାଦକ, ମୋଟବାଡି ର ଶିବ ଶଙ୍କର ମହାରଣା କୋଷାଧ୍ୟକ୍ଷ, ଦୟାନିଧି ମହାରଣା, ଦେବରାଜ ମହାରଣା, ବିଶ୍ଵନାଥ ମହାରଣା,ଓ ରବୀନ୍ଦ୍ର ମହାରଣା ଉପଦେଷ୍ଟା ମଣ୍ଡଳୀ ଏବଂ ଗୋପୀନାଥ ମହାରଣା, ବୁଦ୍ଧିରାମ ମହାରଣା, ବିନୋଦ ମହାରଣା, ଖଦାଳ ମହାରଣା, ସନ୍ତୋଷ ମହାରଣା, ନିରଞ୍ଜନ ମହାରଣା, ନରହରି ମହାରଣା, ଓ କୃଷ୍ଣ ମହାରଣା କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚନ ହୋଇଥିଲେ। ନୂତନ କର୍ମକର୍ତ୍ତା ବୃନ୍ଦ ଶପଥ ପାଠ କରିବା ସହ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଖଦାଳ ମହାରଣା ସଂଯୋଜନା କରିଥିବା ବେଳେ ଭଗବାନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ