ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ବିଶ୍ଵ ତମାଖୁ ବର୍ଜନ ଦିବସ ଅବସରରେ, ଡା. ନକୁଳ ସାହୁଙ୍କ ନେତୃତ୍ଵରେ ଆରୋଗ୍ୟ ଭାରତୀ ଓ ହରିହର ଭେଟ ମନ୍ଦିର ସେବା ସମିତି ସହଯୋଗରେ ପ୍ରାତଃ 8 ଘଣ୍ଟା ସମୟରେ ଜନସାଧାରଣଙ୍କ ସ୍ଵାସ୍ଥ୍ୟ ସଚେତନ l ପାଇଁ ଏକ ପଥପ୍ରାନ୍ତ ସ୍ଵାସ୍ଥ୍ୟ ସଚେତନ ରାଲି ହାଉସିଂ ବୋର୍ଡ ନିକଟସ୍ଥ ହରିହର ନଗର ପ୍ରଥମ ସାରଣୀ ହରିହର ଭେଟ ମନ୍ଦିର ଠାରୁ ବାହାରି ନୀଳକଣ୍ଠ ନଗର ପରିକ୍ରମା କରି ଜନତାଙ୍କୁ ତମ୍ବାଖୁରେ ଥିବା ନିକୋଟିନ, ପିଚୁ ଆଦି ପାଞ୍ଚ ହାଜର ବିଷ ସମ୍ବନ୍ଧରେ ବୁଝାଇ ଥିଲେ l ବିଡି, ସିଗାରଟ, ତମାଖୁ, ଖଇନୀ, ଗୁଡ଼ାଖୁ, ମଦ୍ୟ, ଇ-ସିଗାରେଟ ଆଦି ଦ୍ଵାରା ପକ୍ଷାଘାତ, ଟିବି ହୃଦଘାତ, ଶ୍ୱାସ, ବୃକକ୍ ରୋଗ ଓ ମାରାତ୍ମକ କର୍କଟ ରୋଗ ହେଉଛି l 2003 ମସିହାରେ ଏହାର ନିର୍ମାଣ,ବିଜ୍ଞାପନ, ବିକ୍ରି, ସର୍ବସାଧାରଣ ସ୍ଥାନରେ ସେବନ ପାଇଁ ନିଷିଦ୍ଧ ସତ୍ତ୍ବେ, ବିକ୍ରି ବ୍ୟବହାର ଚୋରାରେ ଚାଲିଛି ଏହାର ବିରୋଧ କରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଥିଲା l ଚାଷ ହୋଇଥିବା ଶୁଖିଲା ମୂଳ ପତ୍ର ପୋଡିଲେ, ସେବନ କଲେ ପରିବେଶ ଦୂଷିତ ହେଉଛି l ଗର୍ଭାବସ୍ଥାରେ ସେବନ କଲେ ଗର୍ଭ ଓ ଭୃଣ ଉପରେ କୁପ୍ରଭାବ ପଡୁଛି l ଏଣୁ ସେବନ ନକରିବା ପାଇଁ ପରମର୍ଶ ଦିଆଯାଇଥିଲା l ଧୂମପାନ କରୁଥିବା ବ୍ୟକ୍ତିଙ୍କ ସଦ୍ବୁଦ୍ଧି ଓ ସ୍ଵାସ୍ଥ୍ୟ ପାଇଁ ମହାମୃତ୍ୟୁଞ୍ଜୟ ପାଠ କରାଯାଇ ଥିଲା l ଡ. ଏ. ବାଳକୃଷ୍ଣ, ସୂର୍ଯ୍ୟ କାନ୍ତ ସୁବୁଦ୍ଧି,ଗଣେଶ ପ୍ରସାଦ ପରିଛା,ଭୁବନେଶ୍ବର ସୁବୁଦ୍ଧି, ଶ୍ରୀବତ୍ସ ଦଳେଇ, ଦୁର୍ଗା ରାଓ, ପ୍ରଭାକର ପାତ୍ର, ବିବେକାନନ୍ଦ କେନ୍ଦ୍ରର ସଭ୍ଯ ଗଣ, ଦିବାକର, ରବିନ୍ଦ୍ର, ନରେଶ ପ୍ରମୁଖ ରାଲିରେ ଭାଗ ନେଇଥିଲେ l


