ବିଶ୍ଵ ନାଟ୍ୟ ଦିବସରେ ନାଟୁଆ ମେଳା ଆୟୋଜିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିଶ୍ଵ ନାଟ୍ୟ ଦିବସ ଅବସରରେ ନାଟୁଆ ମେଳା ଆୟୋଜିତ ହୋଇଯାଇଛି, ପ୍ରଗତିଶୀଳ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଞ୍ଚ କଳାକାର ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ପ୍ରଥମ ପର୍ଯ୍ୟାୟ ରେ କ୍ରିଏଟିଭ ଆର୍ଟସ୍ ଓ ତରଙ୍ଗ ରଙ୍ଗ, ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ସହର ମଧ୍ୟରେ ଖାଲି ସ୍ଥାନ ରେ ଏକ ସ୍ଥାୟୀ ରଙ୍ଗମଂଚ ବା ସଂସ୍କୃତି ଭବନ ନିର୍ମାଣ ପାଇଁ ଦାବୀପତ୍ର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ନିକଟ ରେ ପ୍ରଦାନ କରାଯାଇଥିଲା, ନାଟ୍ୟ ଦିବସ ଅବସରରେ ଓଡ଼ିଶାର ପ୍ରଥମ ନାଟ୍ୟକାର କବିଚନ୍ଦ୍ର ରଘୁନାଥ ପରିଛାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ପାଇଁ କବିଚନ୍ଦ୍ର ସାହି ଛକ ଠାରେ ସ୍ଥାନୀୟ କାଉନସିଲର ବାଳକୃଷ୍ଣ ପାତ୍ର ଙ୍କ ଦ୍ଵାରା ଶୁଭ ଦିଆ ଯାଇଥିଲା, ଦ୍ଵିତୀୟ ପର୍ଯ୍ୟାୟରେ ସ୍ଥାନୀୟ କବିଚନ୍ଦ୍ର ପାଠାଗାର ଠାରେ ନାଟ୍ୟ ଆଲୋଚନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, ଅନୁଷ୍ଠାନ ର ସଭାପତି ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଙ୍କ ସଭାପତିତ୍ବ ବୈଠକରେ ମୁଖ୍ୟ ଅତିଥି ଭାବରେ ପୌରାଧକ୍ଷା ନିର୍ମଳା ସେଠୀ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା କବି ଅଜୟ ତ୍ରିପାଠୀ, କ୍ରିଏଟିଭ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ ଯୋଗ ଦେଇଥିଲେ, ମଞ୍ଚାସୀନ ଅତିଥି ଓ ବିଭିନ୍ନ ବକ୍ତା ମାନେ ଓଡ଼ିଆ ଭାଷାକୁ ତଥା ଓଡ଼ିଶା କୁ ପାରଳା ମାଟି ହିଁ ପ୍ରଥମ ରଙ୍ଗମଂଚ ଓ ପ୍ରଥମ ନାଟକ ଦେଇଛି, ରଘୁନାଥ ପରିଛା ହିଁ ପ୍ରଥମ ନାଟ୍ୟକାର ବୋଲି ବିଭିନ୍ନ ପୁସ୍ତକ ରେ ଲେଖା ହୋଇଛି ତେଣୁ ଦକ୍ଷିଣ ଓଡ଼ିଶାର ଏହି ଗୌରବକୁ କେହି କେବେ ଭ୍ରମିତ କରିପାରିବେ ନାହିଁ ବୋଲି ମତ ଉପସ୍ଥାପନା କରିଥିଲେ, ଆଲୋଚନା ପରେ ଶିଶୁ କଳାକାର ମାନେ ଅଭିନୟ ସହ ନୃତ୍ୟ ପରିବେଷଣ କରିଥିଲେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମଂଚ ଅଭିନେତା ଆଦର୍ଶ ଦାସ ବିଶ୍ବ ନାଟ୍ୟ ବାର୍ତ୍ତା ପାଠ କରିଥିବା ବେଳେ ମନୋଜ ପାଢୀ ସ୍ବାଗତ ଭାଷଣ ଦେଇଥିଲେ, ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଏମ.ପୃଥିବୀ ରାଜ, ହରିହର ପଟନାୟକ, ଜ୍ଞାନ ରଞ୍ଜନ ଦାସ, ବାଳକୃଷ୍ଣ ପାଣିଗ୍ରାହୀ, ମାତଙ୍ଗିନି ଗୁରୁ,କାମଦେବ ପାଢୀ, ସୁଜିତ୍ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।


