ବିଶ୍ୱନାଥ ପଟ୍ଟନାୟକଙ୍କ ୧0୫ତମ ଜୟନ୍ତୀ ସମାରୋହ ପାଳନ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ସେବକ, ପ୍ରବାଦ ପୁରୁଷ ଓ ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ବିଶ୍ଵନାଥ ପଟ୍ଟନାୟକ(ଆଜ୍ଞା)ଙ୍କ ୧0୫ତମ ଜୟନ୍ତୀ ସମାରୋହ ସମିତି ପରିସରରେ ପାଳନ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଭାତ ଫେରି, ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ, ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି, ସର୍ଵଧର୍ମ ପ୍ରାର୍ଥନା ପରେ ସ୍ମୃତିସଭା  କରାଯାଇଥିଲା | ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର, ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡ଼ଃ ବିଭୁତି ଭୂଷଣ ଆଚାର୍ଯ୍ୟ, ଟଙ୍କଧର ପରିଡ଼ା-ସମାଜ ସେବି, ଉତ୍ସବ ଜେନା ସମ୍ପାଦକ ତ୍ରିନାଥ କହଁର ପ୍ରମୁଖ  ଯୋଗଦେଇଥିଲେ | ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ  ଅନୁଷ୍ଠାନର ସଭାପତି ଲାଲାନନ୍ଦ ପ୍ରଧାନ  ସଭାପତିତ୍ୱ କରିଥିଲେ l ସସ୍ମିତା ପଣ୍ଡା, ସୁପ୍ରିୟା ପରବୀନ ଆଲୋଚନା  ରେ ଅଂଶ ଗ୍ରହଣ କରିଥିଲେ l  ଏହି କାର୍ଯ୍ୟକ୍ରମ କୋଭିଡ ନିୟମକୁ ପାଳନ କରି ନିରାଡ଼ାମ୍ବର ସହକାରେ ପାଳନ କରାଯାଇଥିଲା l  ଅନୁଷ୍ଠାନର ସମସ୍ତ ଶାଖା ଯଥା ମାଗୃହ, ଚାଇଲଡ ଲାଇନ, ସଖି, ଶିଶୁ ଯତ୍ନ ଅନୁଷ୍ଠାନ, ସ୍ଵଧାର ଗୃହ, ଜରା ନିଵାସରେ ମଧ୍ୟ  ପାଳନ କରାଯିବା ସହ ସମସ୍ତ ଶିଶୁଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା ଶେଷରେ ବିଶ୍ୱଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ