ଭିନ୍ନ ଭିନ୍ନ ଦୁଇଟି ଦୁର୍ଘଟଣା; ଦୁଇଜଣ ମୃତ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ସହରର ସୀମା ମଧ୍ୟରେ ୧୨ ଘଣ୍ଟା ମଧ୍ୟରେ ଏକ କିଲୋମିଟର ବ୍ୟବଧାନରେ ଦୁଇଟି ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଆମ୍ରି ହସପିଟାଲରେ ଚିକିତ୍ସା ହେଉଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ୧୧ ତାରିଖ ରାତ୍ର ପ୍ରାୟ ସାଢେ ଦଶଟା ସମୟରେ ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡ଼ି ଗ୍ରାମର ପଣ୍ଡା ବିଷୋୟୀ (୨୨0 ଓ ପାଣ୍ଡା ଭୂୟାଁ (୨୩) ଏକ ବାଇକରେ ଆଗରେ ଏବଂ ଧୋବା ବେହେରା (୩୨) ଓ କେଶବ ବିଷୋୟୀ (୨୮) ଅନ୍ୟ ଏକ ବାଇକରେ ପଛରେ ବୁଗୁଡାରୁ ନିଜ ଗ୍ରାମକୁ ଫେରୁଥିଲେ । ବୁଗୁଡା ବଡ ଶଙ୍ଖ ନିକଟରେ ଆଗ ବାଇକକୁ ପଛ ବାଇକ ଧକ୍କା ଦେଇଥିଲା । ଯାହା ଫଳରେ ଉଭୟ ବାଇକ ଆରୋହି ଚାରି ଜଣ କଚାଡି ହୋଇ ପଡ଼ିଥିଲେ । ସୌଭାଗ୍ୟ ବଶତଃ ଆଗ ବାଇକରେ ଯାଉଥିବା ଦୁଇ ପାଣ୍ଡା ସାମାନ୍ୟ ଆହତ ହୋଇଥିବା ବେଳେ ପଛ ବାଇକରେ ଯାଉଥିବା ଧୋବା ଓ କେଶବ ଗୁରୁତର ଆହତ ହୋଇଥିଲେ । ଧୋବାଙ୍କ ଡାହାଣ ହାତ ଓ ଛାତିରେ ଭୀଷଣ ଆଘାତ ଲାଗିଥିବା ବେଳେ କେଶବଙ୍କ ମୁହଁ ଓ ମୁଣ୍ଡ ଫାଟିଯିବା ସହ ଛାତିରେ ଭୀଷଣ ଆଘାତ ଲାଗିଛି । ୧୦୮ ଆମ୍ବୁଲାନ୍ସ ଯୋଗେ ଧୋବା ଓ କେଶବ ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଦୁଇ ପାଣ୍ଡା ବୁଗୁଡ଼ାରେ ଚିକିତ୍ସା ହୋଇଥିଲେ । ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ଧୋବା ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟା ସାଢ଼େ ଚାରିଟା ବେଳକୁ ଧୋବାଙ୍କ ମର ଶରୀର ନିଜ ଗ୍ରାମ କେନ୍ଦୁବାଡ଼ିରେ ପହଁଞ୍ଚିଲା । କେଶବଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲରୁ କଟକ ମେଡିକାଲକୁ ସ୍ଥାନାନ୍ତର ପାଇଁ ପଠାଇବା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପରିବାର ଲୋକେ କେଶବଙ୍କୁ ଭୁବନେଶ୍ୱରର ଆମ୍ରି ହସପିଟାଲକୁ ନେଇଥିଲେ । କେଶବଙ୍କ ଅବସ୍ଥା ମଧ୍ୟ ଗୁରତର ଥିବା ଜଣାପଡିଛି । ସେହିପରି ଅନ୍ୟ ଏକ ଦୁର୍ଘଟଣା ୧୨ ତାରିଖ ସକାଳ ପ୍ରାୟ ସାଢ଼େ ଦଶଟା ସମୟରେ ଷୋହଳ ମଇଲ ଟିଭିଏସ ଶୋରୁମ ନିକଟରେ ଘଟିଥିଲା । ଓଡ଼ି ୩୨ ୮୫୬୪ ନମ୍ବର ବାଇକକୁ ଓଡ଼ି ୦୨ ଏ ଜେଡ ୦୧୧୦ ନମ୍ବର କାର ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ବାଇକ ଚଲାକଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବରଣ କରିଥିବା ବାଇକ ଚାଳକ ଜଣକ ଆସିକା ଥାନା ଅନ୍ତର୍ଗତ ଗହଙ୍ଗୁ ନିକଟସ୍ଥ ଫାପଲପୁର ଗ୍ରାମର ଆଦିକନ୍ଦ ସ୍ୱାଇଁଙ୍କ ୪୦ ବର୍ଷର ପୁଅ ଧନେଶ୍ୱର ସ୍ଵାଇଁ ବୋଲି ଜଣାପଡିଛି । ଧନେଶ୍ୱର ସୁରତରେ କାମ କରୁଥିବା ବେଳେ ତାଙ୍କର ପିଲାଛୁଆ ମାନେ ସୁରତରେ ଅଛନ୍ତି । ୧୨ ଦିନ ପୂର୍ବରୁ ଧନେଶ୍ୱର ଗ୍ରାମକୁ ଆସିଥିବା ବେଳେ ଆଜି ବୁଗୁଡା ବନ୍ଧୁ ଘରକୁ ଆସି ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ବୁଗୁଡା ପୋଲିସ ମର ଶରୀର ଜବତ କରି କେଶ ନଂ ୩୩୮/୨୦ ପ୍ରକାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଦୁର୍ଘଟଣା ଘଟାଇଥିବା କାର ଚାଳକ ଫେରାର ହୋଇଥିବା ବେଳେ ପୋଲିସ କାରକୁ ଜବତ କରି ଅନୁସନ୍ଧାନ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ