ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଧ୍ୟାତ୍ମିକତା ଆଲୋଚନା ଚକ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରସ୍ଥିତ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲିଙ୍କ ତରଫରୁ ଆୟୋଜିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଆଧ୍ୟାମିôକ ଆଲୋଚନା ଚକ୍ର ବିଧାୟକ ଢାଲିଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁଦୂର ମୁମ୍ବାଇରୁ ଆସିଥିବା ବ୍ରହ୍ମକୁମାର ଭାଇ ଇଭି ଗିରିଶ ବକ୍ତାଭାବେ ଯୋଗଦେଇ ଆଧ୍ୟାତ୍ମକତା ଜୀବନଚର୍ଯ୍ୟା ଉପରେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ବ୍ରହ୍ମକୁମାରୀ ଭଉଣୀ କବିତା, ଭଉଣୀ ଲୀନା ପ୍ରମୁଖ ଯୋଗଦେଇ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ନିଜର ମତବ୍ୟକ୍ତ କରିଥିଲେ । ଏହା ସହିତ ବିଧାୟକ ଅରବିନ୍ଦ ଢାଲି ନିଜର ନୂତନ ସରକାରୀ ବାସଗୃହକୁ ପ୍ରବେଶ କରିବା ସହିତ ବାରଶହରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଶେଷରେ ବିଧାୟକ ତରଫରୁ ଉପସ୍ଥିତ ଥିବା ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ବ୍ରହ୍ମ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ