ଆଇନର ସଚେତନ ସମାଜକୁ ତୃଣମୂଳ ସ୍ତରରୁ ଉନ୍ନତି କରିଥାଏ – ମୁଖ୍ୟ ବିଚାରପତି
ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା ) : ଜାତୀୟ ଆଇନ ସେବା ପ୍ରାଧୀକରଣ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ମାନଙ୍କୁ ସଫଳ ରୁପାୟନ କରିବା ପାଇଁ ଗଜପତି ଜିଲ୍ଲାରେ ରବିବାର ଗଜପତି ଷ୍ଟାଡିୟମଠାରେ ଜିଲ୍ଲା ଆଇନ ପ୍ରାଧୀକରଣ ଗଜପତି ଓ ଓ ଜିଲ୍ଲା ପ୍ରଶାସନର ମିଳିତ ସହେଯାଗରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷାକୁମାରୀ ସଂଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଧିକରଣ ଦ୍ୱାରା ଆଦୃତ ବିଭିନ୍ନ ଯୋଜନା ଓ ଏହାର ସଫଳ ରୁପାୟନ ପାଇଁ ପ୍ରତ୍ୟେକ ମଣିଷ ଆତ୍ମବୋଧ କରି ଚେଷ୍ଟା କରିବା ଉଚିତ ବୋଲି କହିଥିରେ । ଯଦି ପ୍ରତ୍ୟେକ ଲୋକ ଆଇନ ବିଷୟରେ ସମ୍ୟକ ଧାରଣା ପ୍ରାଥମିକ ସ୍ତରରୁ ଗ୍ରହଣ କରିଥାଏ ତାହେଲେ ପରିବେଶର ସମସ୍ତ ମନ୍ୟୁଷ ସମାଜକୁ ପରିବର୍ତ୍ତନ କରିପାରିବେ ବୋଲି ସେ ନିଜ ଭାଷଣରେ ଉପସ୍ଥାପନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଓଡିଶା ରାଜ୍ୟ ପ୍ରାଧିକରଣ ସଦସ୍ୟ ଦେବାଶିଷ ନାୟକ ଯୋଗଦେଇ ପ୍ରାଧୀକରଣ କମିଟିର ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଗଜପତି ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିଶ୍ୱବ୍ରତ ଦାଶ ଯୋଗଦେଇ ଗଜପତି ଜିଲ୍ଲା ଏକ ସ୍ୱଳ୍ପ ବିକାଶ ଜିଲ୍ଲା ହୋଇଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଜଣେ ସାଧାରଣ ଲୋକ କିପରି ତାର ସାମ୍ବିଧାନିକ ଅଧିକାର କିପରି ଅକ୍ଷୁର୍ଣ୍ଣ ରଖିପାରିବ ଓ ଏଥିସକାସେ ପ୍ରାଧିକରଣ କମିଟି କିପରି ସହାୟକ ହେବ ସେ ଜନସଚେତନତା କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଏସପି ସାରା ଶର୍ମା, ଶୁଶ୍ରୀ ଦିପା ଦାଶ, ଚଞ୍ଚଳ କୁମାର ରାଣା , ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ଅରୁଣ କୁମାର ସାହୁ, ଶୁଭଶ୍ରୀ ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ । ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କୁ ଜିଲ୍ଲା୍ଲା ବାର ଜେଲ ସଂଘ ପକ୍ଷରୁ ଏକ ପାଟପଟୁଆର ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା । ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିଲା ।


