ବାଲିଘାଟକୁ ନେଇ କରଗୋଳାରେ ଉତ୍ତେଜନା, ଲୋକଙ୍କ ଧାରଣା, ଦୁଇ ଅସୁସ୍ଥ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ତହସିଲ ଅଧିନସ୍ଥ ବୈତରଣୀ ନଦୀର ଆମ୍ବୋ କରଗୋଳା ବାଲିଘାଟକୁ ନେଇ ଆଜି କରଗୋଳା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ବାଲିଘାଟ ନିଲାମଧାରୀ ଆମ୍ବୋ ପରିବର୍ତ୍ତେ କରଗୋଳା ଗାଁ ସୀମାରୁ ବାଲି ଉଠାଣ କରୁଥିବା ଅଭିଯୋଗ କରି ଶହଶହ ମହିଳା ବାଲିଘାଟ ପାଖରେ ଧାରଣାରେ ବସିଥିଲେ । ଏହାକୁନେଇ ଦୀର୍ଘସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ, ନନ୍ଦିପଦା ଥାନା ଆଇଆଇସି ମାନସ କୁମାର ସ୍ୱାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଗ୍ରାମବାସୀମାନେ ଆମ୍ବୋ ଲିଜ ବାଲିଘାଟର ସୀମା ନିର୍ଦ୍ଧାରଣ କରାଯିବା ସହ କରଗୋଳାଘାଟରୁ ବାଲି ଉଠାଣ ସମ୍ପୁର୍ଣ୍ଣ ବନ୍ଦ କରିବା, କରଗୋଳା ରାସ୍ତା ଦେଇ ବାଲି ପରିବହନ ନକରିବା ଆଦି ଦାବିରେ ମହିଳାମାନେ ଜିଦଧରି ରହିଥିଲେ । ମହିଳା ମାନଙ୍କ ଦାବିକୁ ସମ୍ମାନ ଦେଇ ପ୍ରଶାସନିକ ଅଧିକାରୀ ମାନେ ସେମାନଙ୍କ ଦାବି ଗୁଡିକୁ ପୁରଣ କରିବାକୁ ପ୍ରତିଶୃତି ଦେବାପରେ ଗ୍ରାମବାସୀମାନେ ଆନ୍ଦୋଳନରୁ ହଟିଥିଲେ । ଏହି ଅବସରରେ ଧାରଣରେ ବସିଥିବା କୁଞ୍ଜଲତା ସାହୁ, କୁନ୍ତଳା ନନ୍ଦ ପ୍ରମୁଖ ଦୁଇ ମହିଳା ପ୍ରବଳ ଖରାଯୋଗୁଁ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ