ବିଶ୍ୱର ଏକମାତ୍ର ହାତଲେଖା ଖବରକାଗଜ

ଚେନ୍ନାଇରୁ ପ୍ରକାଶିତ ଉର୍ଦ୍ଦୁ ଦୈନିକ ‘ଦ ମୁସଲମାନ’ ସମ୍ଭବତଃ ବିଶ୍ୱର ଏକମାତ୍ର ହାତଲେଖା ଖବରକାଗଜ । ଦୀର୍ଘ ଏକାନବେ ବର୍ଷ ଧରି ଏହା ନିୟମିତ ଭାବେ ପ୍ରକାଶ ପାଇଆସୁଛି । ଖଣ୍ଡେ କାଗଜର ମୂଲ୍ୟ ମାତ୍ର ପଞ୍ଚସ୍ତରୀ ପଇସା । ଦିଲ୍ଲୀ, କୋଲକାତା ସମେତ ସାରା ଦେଶରେ ଏହି କାଗଜର ଗ୍ରାହକ ଅଛନ୍ତି ଏବଂ ମୋଟ ପାଠକ ସଂଖ୍ୟା ଏକୋଇଶ ହଜାର । ବ୍ୟକ୍ତିଗତ କୋରିଅର ସଂସ୍ଥା ଦ୍ୱାରା ଗ୍ରାହକମାନଙ୍କ ନିକଟକୁ ଖବରକାଗଜ ପଠାଯାଏ । ‘ଦ ମୁସଲମାନ’ ପୃଷ୍ଠା ସଂଖ୍ୟା ଚାରି । ପ୍ରଥମ ପୃଷ୍ଠାରେ ଜାତୀୟ-ଅନ୍ତର୍ଜାତୀୟ ସ୍ତରର ମୁଖ୍ୟ ଖବର ପ୍ରକାଶ ପାଉଥିବାବେଳେ, ସମ୍ପାଦକୀୟ ପାଇଁ ଦ୍ୱିତୀୟ ପୃଷ୍ଠା ଏବଂ ଅନ୍ୟ ଦୁଇ ପୃଷ୍ଠା ଆଞ୍ଚଳିକ ଖବର ପାଇଁ ଉଦ୍ଦିଷ୍ଟ ।ଇଂରାଜୀ ଓ ଉର୍ଦ୍ଦୁ ଭାଷାରେ ବିଜ୍ଞାପନ ମଧ୍ୟ ପ୍ରକାଶ ପାଏ । ତେବେ ଅନ୍ୟ ଖବରକାଗଜ ଭଳି ଏଥିରେ ପ୍ରତିଦିନର ଘଟଣା, ଦୁର୍ଘଟଣା ସମ୍ପର୍କିତ ଖବର ପ୍ରାୟ ଦେଖିବାକୁ ମିଳେନାହିଁ । କେବଳ ମତାମତଭିତ୍ତିକ ଦୀର୍ଘ ନିବନ୍ଧ ପ୍ରକାଶ ପାଏ । ପ୍ରତି ଦିନ ଅପରାହ୍ନ ଗୋଟାଏରେ ଖବରକାଗଜ ଛପାଯାଏ, ସନ୍ଧ୍ୟା ସୁଦ୍ଧା ପାଠକମାନେ ପଢ଼ିବାର ସୁଯୋଗ ପାଆନ୍ତି । ବର୍ତ୍ତମାନ ଏହି ଖବରକାଗଜ ସମ୍ପାଦକ ଅଛନ୍ତି ସୟିଦ ଅରିଫୁହ୍ଳା । ତେରଟି ବିଷୟରେ ସେ ସ୍ନାତକ ଉପାଧିପ୍ରାପ୍ତ । ଗଲା ଦର୍ଶ ବର୍ଷ ହେଲା ସମ୍ପାଦକ ଦାୟିତ୍ୱରେ ଅଛନ୍ତି । ପୂର୍ବରୁ ତାଙ୍କ ବାପା ଓ ଜେଜେ ଏହାର ସମ୍ପାଦକ ଥିଲେ । ଅରିଫୁହ୍ଲାଙ୍କ ଜେଜେ ସୟିଦ ଆଜାତୁହ୍ଲାଙ୍କ ୧୯୭୨ରେ ‘ଦ ମୁସଲମାନ’ ଆତ୍ମପ୍ରକାଶ କରିଥିଲେ । ତାଙ୍କର ଲକ୍ଷ୍ୟ ଥିଲା ଏହି ଖବରକାଗଜ ମାଧ୍ୟମରେ ମୁସଲମାନମାନଙ୍କ ସ୍ୱରକୁ ଲୋକଙ୍କଠାରେ ପହଞ୍ଚାଇବା । ପ୍ରକାଶ ପାଇବାଠାରୁ ଦିନଟିଏ ବି ଏ ଖବରକାଜର ପ୍ରକାଶନ ବନ୍ଦ ହୋଇନାହିଁ । ଏପରିକି ଦେଶ ବିଭାଜନ ସମୟରେ ନିୟମିତ ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ