ହାଇଟେକ୍ ଭିକାରି

ଚାଇନାର ସବୁ ଜିନିଷ ଯେମିତି ହାଇଟେକ୍, ଏଠାକାର ଭିକାରି ବି ସେମିତି ହାଇଟେକ୍ । ଏମାନଙ୍କ ଭିକ ମାଗିବା ଅନ୍ଦାଜ ହିଁ କିଛି ଭିନ୍ନ । ସେମାନେ ଏବେ ଭିକ ମାଗୁଛନ୍ତି କ୍ୟୁଆର୍ କୋଡ୍ ମାଧ୍ୟମରେ । କଥାଟି ଅଜବ ଲାଗୁଥିଲେ ବି ସତ । ଚାଇନାର ଏକ କମ୍ପାନୀ ଭିକାରିଙ୍କୁ କ୍ୟୁଆର୍ କୋଡ୍ ଉପଲବ୍ଧ କରାଇଛନ୍ତି । ଯାହା ମାଧ୍ୟମରେ ଭିକାରିମାନେ ଇ-ୱାଲେଟ୍ ବ୍ୟବହାର କରି ଲୋକଙ୍କଠାରୁ ଭିକ ମାଗିପାରିବେ । ଏହି ଭିକାରିଙ୍କୁ ଲୋକ ଭିକଦେବା ପାଇଁ କ୍ୟୁଆର୍ କୋଡ ସ୍କାନ କରିବାକୁ ହେବ । ଏହା ଦ୍ୱାରା ଭିକ ଦେଉଥିବା ବ୍ୟକ୍ତିଙ୍କ ବିବରଣୀ କମ୍ପାନୀ ନିକଟକୁ ଚାଲିଯାଏ । ଏହା ବଦଳରେ କମ୍ପାନୀ ଭିକାରିଙ୍କୁ ନିଜ ତରଫରୁ ଟଙ୍କା ଦେଇଥାଏ, ଯାହା ସିଧା ତାଙ୍କ ଇ-ୱାଲେଟ୍କୁ ଚାଲିଯାଏ । କ୍ୟୁଆର୍ କୋଡ୍ ଜାରି କରିଥିବା କମ୍ପାନୀ ମଧ୍ୟରେ ଅଲିବାବା କା ଅଲି ପେ ଓ ୱି ଚାଟ୍ ଭଳି ଇ-ୱାଲେଟ୍ ସାମିଲ ଅଛି । ପର୍ଯ୍ୟଟନସ୍ଥଳ ବ୍ୟତୀତ ରେଷ୍ଟୁରାଣ୍ଟ ଆଖପାଖରେ ଏହି ଭିକାରି ଦେଖିବାକୁ ମିଳୁଛନ୍ତି, ଯେଉଁମାନଙ୍କ ପାଖରେ କ୍ୟୁଆର୍ କୋଡ୍ ଓ ଡିଜିଟାଲ ପେମେଣ୍ଟ ସିଷ୍ଟମ୍ ଅଛି । ଯେଉଁମାନେ ଆଗରୁ ଖୁଚୁରା ପଇସା ନ ଥିବା କହି ଖସି ଚାଲିଯାଉଥିଲେ, ଏବେ ଏହି ପଦ୍ଧତି ଦ୍ୱାରା ସ୍କାନ କରି ଖୁଚୁରା ପଇସା ଭିକାରିଙ୍କୁ ଅନ୍ ଦି ସ୍ପଟ୍ ଦେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ