ବିଶ୍ୱର ସବୁଠାରୁ ଭୟଙ୍କର ସ୍ଥାନମାଟିତଳେ ରହିଛି ୬୦ଲକ୍ଷ ଖପୁରି

ବିଶ୍ୱରେ ଏମିତି ସ୍ଥାନ ଅଛି ଯେଉଁଠିକି ଯିବାକୁ ଦିନରେ ମଧ୍ୟ ଭୟ ଲାଗିବ । ଆଉ ଏମିତି ବି କିଛି ସ୍ଥାନ ରହିଛି ଯାହାକୁ ଦେଖିଲେ ବା ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଫ୍ରାନ୍ସର ପ୍ୟାରିସଠାରେ ରହିଛି ଏମିତି ଏକ ସ୍ଥାନ । ଯାହା ମୃତବ୍ୟକ୍ତିଙ୍କ ସମାଧି ସ୍ଥଳ ଭାବେ ପରିଚିତ । ଭୂପୃଷ୍ଠରୁ ମାତ୍ର ୨୦୦ ମିଟର ଗଭୀରତାରେ ପାଖାପାଖି ୬୦ ଲକ୍ଷ ମୃତ ବ୍ୟକ୍ତିଙ୍କ ହାଡକଙ୍କାଳ ଓ ଖପୁରି ରହିଛି । ସବୁଠାରୁ ରୋଚକ ତଥ୍ୟ ହେଉଛି ଏହିସବୁ ହାଡକଙ୍କାଳ ଓ ଖପୁରିକୁ ଏକାଠି କରି ୨ କିଲୋମିଟର ପର୍ଯ୍ୟନ୍ତ ପାଚେରି ନିର୍ମାଣ କରାଯାଇଛି । ଏହା ଫ୍ରାନ୍ସର କାଟା କମ୍ବସ୍ ନାମରେ ପରିଚିତ । କୁହାଯାଏ ୧୭୮୫ରେ ଏଠାରେ ସ୍ଥାନର ଅଭାବ ଯୋଗୁ ଅନେକଗୁଡିଏ ମୃତ ଶରୀରକୁ ଏକାଠି କରି ମାତ୍ର ୨ଶହ ମିଟର ଗଭୀରତାରେ ପୋତି ଦିଆଯାଉଥିଲା । ଏହାର ଲମ୍ବ ଥିଲା ୨ଶହ ମିଟର । ପ୍ରଥମେ ପ୍ରଥମେ ଲୋକେ ଏଠାକୁ ଯିବାକୁ ଭୟ କରୁଥିବାବେଳେ ୨୦୦୮ରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା । ଏପର୍ଯ୍ୟନ୍ତ ଏଠାକୁ ୪ କୋଟି ଲୋକ ଭ୍ରମଣରେ ଆସିଥିବା କୁହାଯାଏ । ଏଆର୍ବିଏନ୍ବି ନାମକ ଏକ ୱେବ୍ସାଇଟର ସୂଚନା ଅନୁଯାୟୀ, ଏଠାରେ କିଛି ହଲିଉଡ୍ ଫିଲ୍ମ ଶୁଟିଂ ହେବା ସହ କେତେଗୁଡିଏ ଫ୍ୟାଶନ ଶୋ’ର ଆୟୋଜନ ମଧ୍ୟ କରାଯାଇଛି । କୁହାଯାଏ ଏଠାରେ ଥିବା କଙ୍ଗାଳଗୁଡିକୁ ଏକାଠି କରିବାକୁ ପାଖାପାଖି ୧୦ ବର୍ଷ ସମୟ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ