ବିଶ୍ୱର ସବୁଠୁ ଦାମୀ ସାମ୍ବାଦିକା: ବର୍ଷକୁ ଦରମା ନିଅନ୍ତି ୧୪୮ କୋଟି

ବିଶ୍ୱର ସବୁଠାରୁ ଦାମୀ ସାମ୍ବାଦିକଙ୍କ ତାଲିକାର ଶୀର୍ଷରେ ଅଛନ୍ତି ମେଗନ କେଲୀ । ଗତବର୍ଷ ତାଙ୍କୁ ୧୩୩ କୋଟି ଟଙ୍କା ଦରମା ମିଳିଥିବାବେଳେ ଚଳିତ ବର୍ଷ ଏହା ଅଧିକ ୧୫ କୋଟି ବଢ଼ିଛି । ଫଳରେ ଏବେ ସେ ବର୍ଷକୁ ୧୪୮ କୋଟି ଟଙ୍କା ଦରମା ପାଇବେ । ମେଗନ ଜଣେ ଆମେରିକୀୟ ସାମ୍ବାଦିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ସର୍ବଦା ଟିପ୍ପଣୀ ରଖି ସେ ଚର୍ଚ୍ଚାକୁ ଆସିଥିଲେ । ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ପରେ ମେଗାନ ଏପରି କରୁଥିବା କୁହାଯାଏ । ଏବେ ସେ ଟ୍ରମ୍ପଙ୍କ ବିରୋଧରେ ମତ ରଖୁଥିବା ମହିଳାମାନଙ୍କୁ ନେଇ ଟିଭି ଶୋ’ କରୁଛନ୍ତି । ୧୩ ବର୍ଷ ଧରି ମେଗନ ଇଲେକ୍ଟ୍ରୋନିକ୍ ମିଡିଆରେ କାମ କରୁଛନ୍ତି । ଏବେ ସେ ଏନ୍ବିସି ଚ୍ୟାନେଲରେ ସାମ୍ବାଦିକା ଅଛନ୍ତି । ସେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେଇଛନ୍ତି । କେବଳ ଯେ ସାମ୍ବାଦିକତା ତାହା ନୁହେଁ, ବରଂ ତାଙ୍କ ଫ୍ୟାଶନ୍ ସେନ୍ସକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ