ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୭ଗୁରୁତ୍ତର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୭ଜଣ ସଦସ୍ୟ ଗୁରୁତ୍ତର ହୋଇପଡିଥିବା ଜଣାପଡିିଛି । ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ହାତୀନା ପଞ୍ଚାୟତର କଇଥା ଗ୍ରାମର ଏକ ପରିବାରର ୭ଜଣ ସଦସ୍ୟଙ୍କୁ ରବିବାର ସନ୍ଧ୍ୟାରେ ଲଗାତ୍ତର ଝାଡାବାନ୍ତି ହେବାରୁ ସେମାନେ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ସମସ୍ତ ୭ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ସେମାନେ କେନ୍ଦ୍ରାପଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହି ପରିବାର ମୁଖ୍ୟଙ୍କ ସୂଚନା ଅନୁଯାଇ ରୋଷେଇ ସମୟରେ କିଛି ପଡିଯାଇଥିବାରୁ ଖାଦ୍ୟ ବିଷାକ୍ତ ହୋଇଯାଇଥିବା ସନ୍ଦେହ ହେଉଛି । ଫଳରେ ଖାଦ୍ୟ ବିଷାକ୍ତ ହୋଇଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ