ଶ୍ରୀନିକ୍ସ ଗ୍ରୁପ ଶିକ୍ଷାନୁଷ୍ଠାନ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ସହରର ରାଣୀପାଟଣାସ୍ଥିତ ଶ୍ରୀନିକ୍ସ କଲେଜ ଅଫ ଇଂଜିନିୟରିଂ, ବାଲେଶ୍ୱର ସ୍କୁଲ ଅଫ ଇନିଜିନିୟରିଂ ଏବଂ ଗୋପାଳଗାଁସ୍ଥିତ କଲେଜ ଅଫ ବେସିକ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ପକ୍ଷରୁ ମୟୂରଭଞ୍ଜ ଜିଲା କପ୍ତିପଦା ବଡ଼ଖିଲାଡ଼ି ପଞ୍ଚାୟତରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବ ବିକାଶ ସଙ୍ଗଠନ ଓ ମୌନଧ୍ୱନି ଫାଉଣ୍ଡେସନ ସହଯୋଗରେ ଆୟୋଜିତ ଏହି ଶିବିରରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତରମାନେ ଯୋଗଦେଇ ରୋଗୀ ପରୀକ୍ଷା ସହ ଔଷଧ ପ୍ରଦାନ କରିଥିଲେ । ଏହି ଶିବିର ପରିଚାଳନାରେ ୩ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ