ବିଷାକ୍ତ ପ୍ରାଣୀର କାମୁଡ଼ାରେ ଜଣେ ଶିଶୁ ମୃତ୍ୟୁ

ବୁଗୁଡା, (ଅନିଲ କୁମାର ମହାତରଣ) : ଶଙ୍କୁରୁ ଗ୍ରାମର ଜଣେ ଶିଶୁଙ୍କୁ ଗତ ରାତ୍ରି କୌଣସି ବିଷାକ୍ତ ପ୍ରାଣୀ କାମୁଡି ଦେବା ଫଳରେ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। ଶଙ୍କୁରୁ ଗ୍ରାମର ହାଡୁବନ୍ଧୁ ଡାକୁଆଙ୍କ ୭ ବର୍ଷର ଶିଶୁ ପୁତ୍ର ସୁନୀଲ କୁମାର ଡାକୁଆ ନିଜ ଘରେ ଶୋଇଥିବା ବେଳେ ଗତ ରାତ୍ର ପ୍ରାୟ ଦୁଇ ଘଣ୍ଟା ସମୟରେ କୌଣସି ବିଷାକ୍ତ ପ୍ରାଣୀ କାମୁଡି ଦେଇଥିଲା। କାମୁଡି ଥିବା ବିଷାକ୍ତ ପ୍ରାଣୀକୁ କେହି ଦେଖି ପାରିନଥିଲେ ମଧ୍ୟ ବିଷାକ୍ତ ସାପ କାମୁଡି ଥିବା ଅନୁମାନ କରାଯାଇ ବୁଗୁଡା ମେଡିକାଲକୁ ନେଇଥିଲେ। ହେଲେ ଡାକ୍ତର ଶିଶୁକୁ ମୃତ୍ୟୁ ଘୋଷଣା କରିଥିଲେ। ଶିଶୁର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସ୍ବର୍ଗତ ସୁନୀଲ କାନକୁଟୁରୁ ଶିଶୁ ମନ୍ଦିରରେ ଅଧ୍ୟୟନ କରୁଥିବା ଜଣାପଡିଛି। ନିରୀହ ଶିଶୁର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ