ହାତୀକୁ ଦିନରାତି ଏକକରି ଖୋଜୁଛି ବନ ବିଭାଗ: ନଷ୍ଟକରୁଛି ଫସଲ, ଭୟରେ ଚାଷୀ

କଲ୍ୟାଣସିଂହପୁର( ଏଙ୍କେଟେଶ୍ୱର ପାଢ଼ୀ ): ଦିନରାତି ଏକ କରିଦେଇଛି ହାତୀ ପଲ। ନା ଖାଇବାକୁ ଦେଉଛି ନା ଶୋଇବାକୁ ଦେଉଛି ବନ ବିଭାଗକୁ !ଲୋକଙ୍କ ଚାଷ ଜମିର ଫସଲ ରକ୍ଷା କରିବା ଓ କ୍ଷୟ କ୍ଷତି ଅକଲନ କରିବା କଷ୍ଟକର ହୋଇ ପଡିଛି ବନ ବିଭାଗକୁ। ହାତୀ ପୋଲଲୁ ଖୋଜିବାକୁ ରାତି ଦିନ ଏକ କରିଦେଇଛି ହାତୀ।ଓ ପାଳିକରି ଖୋଜୁଛନ୍ତି ହାତୀ ପୋଲକୁ ବନ ବିଭାଗ।କେବେ ପାଚରି ଭାଙ୍ଗି ସ୍କୁଲରେ ପଶୁଛିତ କେବେ ଘରେପସି ରୁଷେୟୀ କରିବା ଖାଦ୍ୟ ଖାଇ ଦେଉଛି। ଆଉକେବେ  ବାହାରେ ଚାଷ କରିଥିବା ଫସଲ ନଷ୍ଟ  କରି ଦେଉଥିବାରୁ ଚାଷୀ ଓ ବନ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି କହିଲେ ଭୁଲ ହେବ ନାହିଁ ।ସରକାରୀ ଜମିରେ ଜଙ୍ଗଲ ସଫାକାରୀ ଚାଷ କରୁଚିତ କିଏ ନିଜ ଜମିରେ ଚାଷ କରୁଛି ତାହା କ୍ଷୟ କ୍ଷତି ଆକଳନ କରିବା କଷ୍ଟକର ହୋଇ ପଡିଛି ବନ ବିଭାଗକୁ।ଲୋକେ ଭୟଭୀତ ହୋଇ କଲ ବଲ ହୋଇଗଲେଣି ଲୋକେ। ଦିନ କି ରାତି ହାତୀ ଜଙ୍ଗଲ ଛାଡି ଜନ ବସତି ଆଡ଼େ ମାଡି ଆସୁଥିବାରୁ ଲୋକଙ୍କ ଜୀବନ ସହ ଖାଦ୍ୟ ଓ ବାସ ଗୃହ ପରି ବିପଦ ରହୁଛି।  ହାତୀକୁ ଟ୍ରକିଙ୍ଗ କରି ହାତୀକୁ ଘଉଡ଼ାଇବା ପାଇଁ ଅହ ରହ ଚେଷ୍ଟା କରୁଛି କିନ୍ତୁ ଧରା ଦେଉନି ହାତୀ ପଲ।କଳାହାଣ୍ଡିଆ ହାତୀପୋଲ ଆସି କଲ୍ୟାଣସିଂହପୁର ବିନାଞ୍ଚଳରେ ଲୋକଙ୍କ ଜୀବନ ଜୀବିକା ସହ ଖେଳୁ ଥିବାରୁ ଲୋକେ ଅତିଷ୍ଟ ହୋଇ ଗଲେଣି। ବନ ବିଭାଗ କେବଳ ସଚେତନା କରିଵା ଛଡା ଆଉ କିଛି ଉପାୟ ନଥିବାରୁ ଚିନ୍ତାରେ ପଡି ଯାଇଛି। ଗତ ଦୁଇ ଦିନ ପୂର୍ବେ ସିଙ୍ଗାରି ପଂଚାୟତ ର କରଞ୍ଜା ଗ୍ରାମର କିଛି ଲୋଇଙ୍କ କପା ଚାଷ ଦୋଳି ମକୋଚି ନଷ୍ଟ କରି ଦେଇଥିବାରୁ ଡ୍ରନ ମଧ୍ୟରେ ଘଉଡଇଥିଲେ ବନ ବିଭାଗ।ପୁଣି ଗତ କାଲି ଗୁଣ୍ଡୁରୀଗୁଡା ବୋର ଗୁଡା, କରଞ୍ଜା ଅଞ୍ଚଳରେ ପୁଣି ହାତୀ ଆସି ଆତଙ୍କ ସୃଷ୍ଟି କରଛନ୍ତି। ଦିନକୁ ଦିନ ହାତୀଙ୍କ ଦୌରାମ୍ୟ ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡିଲେଣି। ବନ ବିଭାଗର ରେଞ୍ଜର,ଫରେଷ୍ଟର, ଗାର୍ଡ ହାତୀ ସୁରକ୍ଷା ସାଥି,ଗ୍ରାମବାସୀଙ୍କୁ ନେଇ ହାତୀଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଥିବାରୁ ଜନ ସଚେତନା କରାଯାଉଛି।ଉପାୟ ଖୋଜୁଛି ବନ ବିଭାଗ ବ୍ୟାପକ କ୍ଷତି ସହୁ ଛନ୍ତି ଚାଷୀ ଓ ସାଧାରଣ ଲୋକେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ