ବୁଗୁଡା ଏନ.ଏ.ସି. ର ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶିତ

ବୁଗୁଡା, (ଅନିଲ କୁମାର ମହାରଣା):ଗତକାଲି ଗଞ୍ଜାମ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପତ୍ର ସଂଖ୍ୟା ୨୨/ଡିୟୁଡିଏ(ନିର୍ବାଚନ) ତାରିଖ ୦୯/୧୧/୨୧ ପ୍ରକାରେ ଆଗାମୀ ପୌର ନିର୍ବାଚନ ପାଇଁ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡର ସ୍ଥାନ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ପ୍ରକାଶିତ ତାଲିକା ପ୍ରକାରେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ବୁଗୁଡା ଏନଏସିର ★(୧) ନମ୍ବର ୱାର୍ଡ ଅନୁସୂଚିତ ଜାତି ମହିଳା ପାଇଁ ସଂରକ୍ଷିତ ଥିବାବେଳେ ★(୨) ନମ୍ବର ୱାର୍ଡ ଅନୁସୂଚିତ ଜାତି, ★(୩) ନଂ ୱାର୍ଡ ଅଣସଂରକ୍ଷିତ, ★(୪) ନଂ ୱାର୍ଡ ମହିଳା, ★(୫) ନଂ ୱାର୍ଡ ଅଣସଂରକ୍ଷିତ, ★(୬) ନଂ ୱାର୍ଡ ମହିଳା, ★(୭) ନଂ ୱାର୍ଡ ପଛୁଆବର୍ଗ, ★(୮) ନଂ ୱାର୍ଡ ଅନୁସୂଚିତ ଜନଜାତି ମହିଳା, ★(୯) ନଂ ୱାର୍ଡ ଅଣସଂରକ୍ଷିତ, ★(୧୦) ନଂ ୱାର୍ଡ ଅଣସଂରକ୍ଷିତ, ★(୧୧) ନଂ ୱାର୍ଡ ପଛୁଆବର୍ଗ ମହିଳା, ★(୧୨) ନଂ ୱାର୍ଡ ମହିଳା ଓ ★(୧୩) ନଂ ୱାର୍ଡ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଅଛି। କୌଣସି ପ୍ରକାର ଅଭିଯୋଗ ଓ ପ୍ରସ୍ତାବ ଦାଖଲ କରିବାର ଶେଷ ତାରିଖ ରହିଛି ୧୮/୧୧/୨୧ । ନଭେମ୍ବର ୧୮ ପରେ କୌଣସି ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣୀୟ ହେବନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ