ବୁଗୁଡା ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳନ
ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଓକିଲ ସଙ୍ଘ ପକ୍ଷରୁ ସଂଘର ସଭାପତି ହରପ୍ରସାଦ ଦାସଙ୍କ ସଭାପତିତ୍ୱରେ ଓକିଲ ସଂଘ କାର୍ଯ୍ୟାଳୟରେ ମଧୁ ବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ଯାକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା କୋର୍ଟ ମାଜିଷ୍ଟ୍ରେଟ ପରନିତା ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପିପୁଲସ କଲେଜ ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ, ଅବସରପ୍ରାପ୍ତ ଅଧ୍ୟାପକ ପ୍ରଭଞ୍ଜନ ମୁନି ଯୋଗଦେଇଥିଲେ। ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ମଧୁବାବୁଙ୍କ ଗୁଣଗାନ କରିବା ସହିତ ଓକିଲ ବୃତ୍ତି ଏକ ମହତ ବୃତ୍ତି ଓ ସମସ୍ତ ଓକିଲ ଏହା ଗ୍ରହଣ କରିବା ପାଇଁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ଓକିଲ ସଂଘର ଉପସଭାପତି ଅନୀଲ ପଟନାୟକ, ସମ୍ପାଦକ ଅମର କୁମାର ପଟନାୟକ, ଶ୍ରୀକାନ୍ତ ଶତପଥୀ, ବିଭୂଦତ୍ତ ନାୟକ, ପ୍ରଭାତ କୁମାର ଜେନା, ଭକ୍ତରାମ ଦାସ, ମାନସ ରଞ୍ଜନ ଦାସ, ସରୋଜ କୁମାର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ସମ୍ପାଦକ ଅମର କୁମାର ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


