ବୁଗୁଡା ଏନଏସିରେ “ଜାଗା ମିଶନ” ଆଡଭାଇଜର
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ୟାଣ ମଣ୍ଡପ ଠାରେ “ଜାଗା ମିଶନ” କାର୍ଯ୍ୟକ୍ରମ ଜୁନ ୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଓଡ଼ିଶା ଜାଗା ମିଶନ ଆଡଭାଇଜର ସାସ୍ବତୀ ମିଶ୍ର ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବୁଗୁଡ଼ା ଏନ୍.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମୀ ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଜାଗା ମିଶନ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ବସ୍ତି ବାସିନ୍ଦାଙ୍କ ପାଇଁ ନିର୍ମାଣ ଆଦର୍ଶ କଲୋନୀର ପାଞ୍ଚ ବର୍ଷ ପୂରଣ ହୋଇଥିବା ବେଳେ ଜାଗା ମିଶନ ଆଡଭାଇଜର ତାହାର ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ଅଧକ୍ଷ ଚିତ୍ରସେନ ପ୍ରଧାନ , ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ ଓ କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ।


