ବୁଲୁଛି ରାଜସ୍ୱ ରଥ : ଉପକୃତ ହେଉଛନ୍ତି ସାଧାରଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ସମସ୍ତ ବ୍ଲକ ତଥା ତହସିଲରେ ରାଜସ୍ୱ ରଥ ବୁଲୁଛି । ଫଳରେ ଜନସାଧାରଣ ଉପକୃତ ହେଉଥିବାର ଜଣାପଡିଛି । ଆଜିବି କାଶୀନଗର ତହସିଲରେ ରାଜସ୍ୱ ରଥର ପରିକ୍ରମା ଜାରି ରହିଛି । ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା,ପ୍ରମୁଖ ରାଜସ୍ୱ ରଥରେ ମୋହନା ବ୍ଲକ ଅନ୍ତର୍ଗତ କନ୍ଧଡବା ଗ୍ରାମ ଗସ୍ତ କରି ୧୩ଗୋଟି ପଟ୍ଟା ବାଣ୍ଟିଛନ୍ତି । ସେହପିର ରାୟଗଡ ତହସିଲ ଅଞ୍ଚଳର ଦୁର୍ଗମ ତଥା ବିବାଦିୟ ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ବାରଘର କଲୋନୀରେ ରେ ରାୟଗଡ ତହସିଲଦାର ପହଂଚି ୬୨ ବାସହୀନ ପରିବାର ଲୋକଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ତିତିଲି ମହାବାତ୍ୟାରେ ଏହି ବାରଘର ଗ୍ରାମ ବିପୁଳ କ୍ଷତିଗ୍ରସ୍ତ ହୋଇଥିଲା । ପରେ ପ୍ରଶାସନ ଏମାନଙ୍କୁ ପାହାଡ ଶିଖରରୁ ସ୍ଥାନାନ୍ତରିତ କରି ନୂତ ବାରଘର କଲୋନୀ ନିର୍ମାଣ କରିଥିଲା । ଲୋକଙ୍କ ଦ୍ୱାରଦେଶରେ ରଜସ୍ୱ ସେବା ପହଞ୍ଚାଇ ଦେବା ପାଇଁ ରାଜସ୍ୱ ରଥର ପରିକଳ୍ପନା କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁା କୁହାଯାଇଛି । ପ୍ରଶାସନକୁ ଜନସ୍ୱାର୍ଥର ଅନୁକୁଳରେ ଗଢି ତୋଳିବା ଏହାର ଲକ୍ଷ୍ୟ । ଉପକୃତ ବ୍ୟକ୍ତିମାନେ ରାଜସ୍ୱ ବିଭାଗର ଏହି ପଦକ୍ଷେପ ସମୟୋପଯୋଗୀ ଓ ସ୍ୱାଗତ ଯୋଗ୍ୟ ବୋଲି ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ