ବୃତ୍ତି ପରୀକ୍ଷାରେ ଛାତ୍ରଙ୍କ କୃତିତ୍ୱ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ବ୍ଲକ ପଧାନପଡାସ୍ଥିତ ବନ ବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟର ଛାତ୍ର ବିଭୁ ପ୍ରସାଦ ବାରିକ ଚଳିତ ବର୍ଷ ୩ୟ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ସେ ପଧାନପଡାସ୍ଥିତ ପଞ୍ଚାୟତ ହାଇସ୍କୁଲର ଶିକ୍ଷକ ଅରୁଣ କୁମାର ବାରିକଙ୍କ ପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତାରେ ମାତା କବିତାରାଣୀ ଦାସ, ଜେଜେ ବାପା ନିରଂଜନ ବାରିକ, ଅଜା ଚନ୍ଦ୍ରମଣି ଦାସ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭବିଷ୍ୟତରେ ସେ ଆହୁରି ଅଧିକ ଭଲ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ