ବେଆଇନ୍ ସ୍କୁଲ ବସ୍‌ ଉପରେ ଚଢାଉ: ୩ ବସ୍‌ ଜବତ

କଟକ, (ଓ୍ବାଇଏନଏସ): ସ୍କୁଲ ବସ୍‌ ଚଳାଚଳରେ ବେଆଇନ୍ କାରବାର । ଚଢ଼ଉ କରି ୩ଟି ବସ୍‌ ଜବତ କଲା କଟକ ପରିବହନ ବିଭାଗ। ସକାଳୁ ସକାଳୁ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ଜାତମୁଣ୍ଡିଆ ଛକରେ ଏହି ବସ୍‌ଗୁଡ଼ିକ ଉପରେ ଚଢ଼ଉ କରାଯାଇଥିଲା । କଟକ ପରିବହନ ବିଭାଗ ଅଧିକାରୀ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଟ୍ରାଫିକ୍‌ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା ଏହି ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ‘ଆଦିତ୍ୟ’ ନାମକ ୩ଟି ଘରୋଇ ବସ୍‌ ଧରାପଡ଼ିଥିଲା । ଯାଞ୍ଚ ବେଳେ ଦୁଇଟି ବସ୍‌ର କୌଣସି କାଗଜପତ୍ର ନଥିବା ବେଳେ ଅନ୍ୟ ଗୋଟିଏ ବସ୍‌ର ଫିଟନେସ୍‌ ନଥିବା ଜଣାପଡ଼ିଥିଲା । ନିୟମ ଉଲ୍ଲଂଘନ କାରଣରୁ ପରିବହନ ବିଭାଗ ୩ଟି ବସ୍‌କୁ ଜବତ କରିଛି । ସେଥିମଧ୍ୟରୁ ଗୋଟିଏ ବସ୍‌କୁ ସିଜ୍‌ କରି ନରାଜସ୍ଥିତ ପରିବହନ କାର୍ଯ୍ୟାଳୟକୁ ପଠାଯାଇଛି । ଅନ୍ୟ ଦୁଇଟି ବସ୍‌କୁ ଜାତମୁଣ୍ଡିଆ ପେଟ୍ରୋଲ ପମ୍ପରେ ରଖାଯାଇଛି । ତେବେ ପରିବହନ ବିଭାଗର ନିୟମକୁ ବାରମ୍ବାର ଖିଲାପ କରାଯାଉଥିବା ଅଭିଯୋଗ ଥିବାରୁ ଏହି ବସ୍‌ଗୁଡ଼ିକ ବିରୋଧରେ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀଙ୍କୁ ନେଇ ଚାଲୁଥିବା ବସ୍‌ରେ ଫିଟନେସ୍‌ ଓ ଆବଶ୍ୟକ କାଗଜପତ୍ର ନଥିବା ଘଟଣା ସାମ୍ନାକୁ ଆସିବା ପରେ ଏବେ ପରିବହନ ବିଭାଗର ଆଗାମୀ ପଦକ୍ଷେପ ଉପରେ ନଜର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ