ବେଆଇନ କରତ କଳ ଫଟୋ ଉଠାଇବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ

ନିମାପଡା, (ସନ୍ତୋଷ ଦାଶ) : ନିମାପଡା ତୁଳସୀପୁର ଫଚାୟତ ବେଆଇନ କରତକଳ ଫଟୋ ଉତ୍ତୋଳନ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ଗରିଛକ ଫାଣ୍ଡିରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ବେଳେ ଅଭିଯୋଗର ୨୪ ଘଣ୍ଟା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ବେଆଇନ କରତକଳି ଚଲାଉଥିବା ବ୍ୟକ୍ତି ମିଥ୍ୟା ଅଭିଯୋଗ କରିବା ପାଇଁ ଷଡଯନ୍ତ୍ର ଚଳାଇଥିବା ଘଟଣାକୁ ନିନ୍ଦା କରାଯାଇଛି । ଏହି ବ୍ୟକ୍ତିଙ୍କ ନାମରେ ଆଇନଗତ ପଦକ୍ଷେପ ନେବା ପାଇଁ ନିମାପଡା ଥାନା ଅଧିକାରୀଙ୍କ ନିକଟରେ ସାମ୍ବାଦିକଙ୍କ ମହଲରୁ ଦାବି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନ ସମୟରେ ନିମାପଡାର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତୁଳସୀପୁର ପ୍ରାଚୀ ବିଦ୍ୟାଳୟ ନିକଟରେ ସୁବାଷ ସାହୁ ନାମକ ଏକ ବ୍ୟକ୍ତି ଦୀର୍ଘ ଦିନ ହେବ ଏକ କରତକଳ ଚଳାଇବା ‌ଦ୍ୱାରା କରତ ଗୁଣ୍ଡରେ ପ୍ରାଚୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଠ ପଢାରେ ବାଧା ଉପୁଯିବା ସହ ଆଗରେ କରତଗୁଣ୍ଡ ପଡ଼ୁଥିଲା । ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଫଟୋ ଉତ୍ତୋଳନ କରିବା ସମୟରେ ସୁବାଷ ସାହୁ ଓ ତାଙ୍କ ପୁଅ ସହ ୪ ଜଣ ସହଯୋଗୀ ଗୁଣ୍ଡା ଘେରି ଯାଇ କ୍ୟାମେରାକୁ ଛଡାଇ ଫଟୋକୁ ଡିଲିଟ କରିବା ସହ ଭାଙ୍ଗିଦେଇ ପକେଟରୁ ଟଙ୍କା ଲୁଟିବା ନେଇ ଅପହରଣର ଉଦ୍ୟମ କରିଥିଲେ । ରାସ୍ତାରେ ଯାତାୟତ କରୁଥିବାକେତେଜଣ ଅଚିହ୍ନା ବ୍ୟକ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍ଧାର କରି ଥିଲେ । ସାମ୍ବାଦିକ ଏ ସମ୍ପର୍କ ରେ ତା ୨୫.୦୩, ୨୦ ୨୧ ରିଖ ସନ୍ଧ୍ୟା ସମୟରେ ଗରିଛକ ଫାଣ୍ଡି ଅଧିକାରୀଙ୍କୁ ଅଭିଯୋଗ ପ୍ରଦାନ କରିଥିଲେ । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ବନ ଅଧୁକାରୀଙ୍କୁ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନ ଅଧୁକାରୀ ପ୍ରକାଶ କରିଛନ୍ତି । ତୁଳସୀପୁର ଅଂଚଳରେ ୯ ଟି ବେଆଇନ କରତ କଳ ଦୀର୍ଘ ଦିନ ହେବ ଗଲୁଅଛି । ବିଭିନ୍ନ ମୂଲ୍ୟବାନ ଗଛ ଚିର ହୋଇ ବାହାରକୁ ଗଲାଣ କରାଯାଉଛି । ବିଦ୍ୟୁତ୍ ଗେରୀ କରି ଏହି କରତକଳ ବାଲୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି । ସୁବାଷ ସାହୁ ଦୀର୍ଘ ଦିନ ହେବ ଏପରି ବେଆଇନ କାର୍ଯ୍ୟ କରିଗଲିଛନ୍ତି । ଗଣମାଧ୍ୟମ ପ୍ରତିନିଧୂଙ୍କୁ ଆକ୍ରମଣର ଉଚିତ ବିଗର କରାନଗଲେ ସଂଘ ରାଜରାସ୍ତାକୁ ଓହ୍ଲାଇବା ବୋଲି ଚେତାବନୀ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ