ବେଆଇନ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଚଢାଉ

ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଓ ଧାମନଗର ଛକ ବିଦ୍ୟୁତ କାର୍ଯ୍ୟାଳୟ ଅଧିନ ଅନେକ ଗ୍ରାମ ମାନଙ୍କରେ ଏବେ ଚଢାଉ ଆରମ୍ଭ ହୋଇଛି । ଅଣସ୍ୱୀକୃତିପ୍ରାପ୍ତ ଓ ଚୋରା ବିଦ୍ୟୁତ କାରବାର କରୁଥିବା ବ୍ୟବହାରକାରୀଙ୍କ ଉପରେ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜୋରିମାନା ଆଦାୟ ହେଉଥିବାବେଳେ ବିଦ୍ୟୁତ ବିଚ୍ଛିନ୍ନ ହେଉଥିବା ଜଣାଯାଇଛି । ଗତ ସପ୍ତାହ ମଧ୍ୟରେ ବିଣ୍ଣୁପୁର, ଜଳମଣ୍ଡୁଆ, ଚୁଡାକୁଟି,ନିର୍ଗୁଣ୍ଡି, ଆକୁଲିକଣା, ପାଟୁଳି, ଦଇପୁର ପ୍ରମୁଖ ସ୍ଥାନ ମାନଙ୍କରେ ଚଢାଉ କରାଯାଇ ଚୋରା ବିଦ୍ୟୁତ ବ୍ୟବହାରକାରୀଙ୍କ ଠାରୁ ପ୍ରାୟ ୯୧ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି । ଏହାଛଡା କିଛି ଗ୍ରାହକ ବେଆଇନ ଭାବେ ବିଦ୍ୟୁତ ବ୍ୟବହାର କରୁଥିବାରୁ ସଂଯୋଗକୁ ମଧ୍ୟ ବିଚ୍ଛିନ୍ନ କରାଯାଇଛି । ପ୍ରାୟ ପ୍ରତ୍ୟକ ଦିନ ବିଭାଗ ପକ୍ଷରୁ ଗାଁ ଗାଁ ତନଖି କରାଯାଉଥିବାବେଳେ ଏବେ ଚୋରା ବିଦ୍ୟୁତ ଗ୍ରାହକଙ୍କ ମନରେ ଛନକା ପଶିଲାଣି । ବିଭାଗୀୟ ଯନ୍ତ୍ରୀ ସୁଶାନ୍ତ ରାଉତରାୟ, କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ପାତ୍ର, ସରୋଜ ବେହୁରିଆ, ମାନସ ମହାନ୍ତି, ନିହାରକାନ୍ତ ଜେନାଙ୍କ ସମେତ କର୍ମଚାରୀ ମାନେ ଚଢାଉରେ ସାମିଲ ହେଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ