ବେଗୁନିଆପଡା ବ୍ଲକରେ ଦ୍ଵିତୀୟ ସମିତି ବୈଠକ ଅନୁଷ୍ଟିତ

କୋଦଳା, (ଗୁଲସନ କୁମାର କର):ବେଗୁନିଆପଡା ବ୍ଲକରେ ସୋମବାର ଦିନ ଦ୍ଵିତୀୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ରେଣୁ ଗୌଡ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥୀ ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇଥିଲେ। ଏଥି ସହିତ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶନୀ,ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ବେଗୁନିଆପଡା ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼ ଉପସ୍ଥିତ ରହିଥିଲେ । ଗୋଟିଏ ପଂଚାୟତ ରେ ଗୋଟିଏ ହାଇ ସ୍କୁଲ ନିୟମ ଥିଲେ ମଧ୍ୟ ଏହି ବ୍ଲକର ସାନ ଉସ୍ତାପଡ଼ା ଓ ଘୋଡାପଡା ପଂଚାୟତ ରେ ହାଇ ସ୍କୁଲ ପାଇଁ ପଦକ୍ଷେପ ନେବା, ପ୍ରାୟ ବିଦ୍ୟାଳୟ ରେ ଶିକ୍ଷକ ଅଭାବ, ସୁମଣ୍ଡଳ ଓ କାଳି ମେଖି ରେ ଯୁକ୍ତ ଦୁଇ ହେବା, ଡାକ୍ତର ଅଭାବ, କୃଷି ବିଭାଗ ପକ୍ଷରୁ ଜନପ୍ରତିନିଧି ଙ୍କୁ ନ ଜଣାଇ ଚାଷୀଙ୍କୁ ବିଭିନ୍ନ ବିହନ ବଣ୍ଟନ କରାଯିବା, କୃଷି ବିଭାଗ ରେ କର୍ମଚାରୀ ଅଭାବ, ବେଗୁନିଆପଡା ବ୍ଲକ ରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ନିର୍ମାଣ, ଏହି ବିଭାଗ ପକ୍ଷରୁ ବଣ୍ଟନ କରାଯାଉଥିବା ବିହନ କୀଟ ନିମ୍ନ ମାନର, ସଠିକ ସମୟରେ ବିହନ ପ୍ରଦାନ, ଅଙ୍ଗନବାଡି କର୍ମୀ ମାନେ ସଠିକ ସମୟରେ କେନ୍ଦ୍ରକୁ କିମ୍ବା ଆବଶ୍ୟକ ବେଳେ ପଂଚାୟତ ବୈଠକକୁ ଆସୁନଥିବା, ଅଙ୍ଗନବାଡି କେନ୍ଦ୍ର ରେ ଦିଆ ଯାଇ ଥିବା ଛତୁଆ ଓ ବାଦାମ ଖଜା ରେ ପୋକ ବାହାରିବା, ଘୋଡାପଡା ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ମାଡ ମରାଯାଉଥିବା, ଚାଷୀ ଙ୍କ ଟୋକେନ ଲାପସ ହେଉଥିବା, ଜୟଦୁର୍ଗା ଓ କୁନ୍ତଳା ରାଇସ ମିଲ ର ମନମୁଖୀ କାର୍ଯ୍ୟ, ଜନପ୍ରତିନିଧି ଙ୍କ ଅଜ୍ଞାତରେ ନୂତନ ରାସନ କାର୍ଡ ହେଉଥିବା, ଯୋଗାଣ ସହାୟକ ମାନେ ସରପଞ୍ଚଙ୍କ ବିନା ଜ୍ଞାନ୍ତସାରରେ ପଂଚାୟତରୁ ଦରମା ନେବା, ଦୀର୍ଘ ଦିନ ହେଲା ନୂତନ ଭାତ ଟାର୍ଗେଟ ଆସୁନଥିବା, ହରିଶ୍ଚନ୍ଦ୍ର ଯୋଜନା ରେ ହିତାଧିକାରୀ ଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ, ଜଙ୍ଗଲ ବିଭାଗ ପକ୍ଷରୁ ନରେଗା ରେ କରାଯାଉଥିବା ପ୍ରକଳ୍ପ ବିଷୟରେ ଜନପ୍ରତିନିଧି ଙ୍କୁ ନ ଜଣାଇବା, ବ୍ଲକ ରେ ଅନେକ କର୍ମଚାରୀ ଅଭାବ ଆଦି ବିଷୟରେ ଜନପ୍ରତିନିଧି ମାନେ ଅଭିଯୋଗ କରିଥିଲେ ! ଏହି ବୈଠକ ବିଦ୍ୟୁତ ବିଭାଗ କୋଦଳା ସେକ୍ସନ, ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ, କ୍ଷୁଦ୍ର ଜଳ ସେଚନ କୋଦଳା ବିଭାଗ ପକ୍ଷରୁ କୌଣସି ପ୍ରତିନିଧି ବୈଠକ ରେ ଯୋଗ ଦେଇ ନ ଥିବାରୁ ବୈଠକ ରେ କ୍ଷୋଭ ପ୍ରକାଶ କରାଯାଇଥିଲା ! ଏଥିରେ  ସରପଞ୍ଚ ,ସମିତିସଭ୍ୟ , ଜିଲ୍ଲାପରିଷଦ ସଦସ୍ୟ ଏବଂବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ