ବେଲଗୁଣ୍ଠା ବଣିକ ସଂଘ ର ବନ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଲଗାଣ ବର୍ଷା ଫଳରେ ଓଡ଼ିଶାର ବହୁ ଅଞ୍ଚଳର ଜଳମଗ୍ନ ହୋଇଯାଇଛି । ବନ୍ୟା ଫଳରେ ଅନେକ ଜିଲ୍ଲାର ଗାଁ ଗଣ୍ଡାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ଯାହା ଦ୍ଵାରା କି ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ରାଜ୍ୟର
ବିଭିନ୍ନ କୋଣ ରୁ ବନ୍ୟା ପ୍ରପୀଡିତଙ୍କୁ ସହାୟତା ତଥା ରିଲିଫ୍ ଯୋଗାଇ ଦିଆଯାଉଛି । ଆଜି ବେଲଗୁଣ୍ଠା ବଣିକ ସଂଘ ତରଫରୁ ବନ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଇଛି ।ବେଲଗୁଣ୍ଠା ତହସିଲଦାର ଧରଣୀଧର ବେହେରା ଗତକାଲି ବେଲଗୁଣ୍ଠା ବଣିକ ସଂଘକୁ ବନ୍ୟା ପ୍ରଭାବିତଙ୍କୁ ସାହାଯ୍ୟ କରିବା ଲାଗି ଅନୁରୋଧ କରିଥିଲେ । ଆଜି ବେଲଗୁଣ୍ଠା ବଣିକ ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ କରାଯାଇ ଚୁଡ଼ା, ଚିନି,ବିସ୍କୁ୍ଟ୍,ପାଣି ବୋତଲ ଓ ପୁରୁଣା ବସ୍ତ୍ର ଏକ ମିନି ଟ୍ରକରେ ଭର୍ତ୍ତି କରାଯାଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଛି । ଏଥିରେ ବେଲଗୁଣ୍ଠା ତହସିଲଦାର ଶ୍ରୀ ବେହେରାଙ୍କ ସହିତ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର,ବେଲଗୁଣ୍ଠା ଏନ୍.ଏ.ସି ଅଧ୍ୟକ୍ଷ ଫିରୋଜ ସେଠୀ,ବେଲଗୁଣ୍ଠା ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି ଙ୍କ ସହଧର୍ମିଣୀ ରାଜଲକ୍ଷ୍ମୀ ସୁବୁଦ୍ଧି, ବଣିକ ସଂଘ ଉପସଭାପତି କେ.ଜିତେନ୍ଦ୍ର ସୁବୁଦ୍ଧି , ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ବୁଲୁ ପାତ୍ର, ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


