ବୈଦାଖିଆ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ଅଂଶୀଦାର ସମ୍ମିଳନୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଜିଲ୍ଲା ଅନୁସୂଚିତ ଜାତି, ଓ ଜନଜାତି ଉନ୍ନୟନ କଲ୍ୟାଣ ବିଭାଗ ପକ୍ଷରୁ ହାଟଡ଼ିହି ବ୍ଲକ ବୈଦାଖିଆ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ଅଂଶୀଦାର ସମ୍ମିଳନୀ ଓ “ଆମେ ଜାଣିବା ଓ ଆମେ ଜିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟାହ୍ନରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନ୍ମଥ ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଟଡ଼ିହି ବ୍ଲକର ବିଡ଼ିଓ ବିନିତା ବିଜୟିନୀ, ମୁଖ୍ୟ ବକ୍ତା ଭାବେ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ସମ୍ମାନିତ ଅତିଥି ଭାବେ ବ୍ଲକ ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ହାଟଡ଼ିହି ବ୍ଲକ ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆକାଶ ଜେନା, ପନ୍ଦାଡୋ ସରପଞ୍ଚ ସସ୍ମିତା ଓଝା, ଗଡଚଣ୍ଡୀ ଏମ ଇ ସ୍କୁଲର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଦାଶ, ଶାସଙ୍ଗ ସି.ଆର.ସି.ସି ଅଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ଅଭିଭାବକ ମାନେ କିପରି ଅଂଶୀଦାର ହେବେ ସେ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଝୋଟି, ଚିତ୍ରାଙ୍କନ, ରଙ୍ଗୋଲି, ସୃଜନଶୀଳ ଲିଖନ, ତର୍କ, ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିଲାଗି ବିଦ୍ୟାଳୟ ପରିସରରେ ମିଶନଶକ୍ତି, ଶିକ୍ଷା ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣୀ ବିଭାଗ, ରାଜସ୍ବ ବିଭାଗ, ଓଡିଶା ମିଲେଟ ମିଶନ ଭଳି ଅନେକ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ମାନ ଖୋଲାଯାଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଶିକ୍ଷକ ଗଜେନ୍ଦ୍ର ପ୍ରସାଦ ଧାମୁଡ଼ିଆ ମଞ୍ଚ ସଂଯୋଜନା କରିଥିବା ବେଳେ ଗୋୖରୀ ଦତ୍ତା ମାଝୀ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଶ୍ୱକଲ୍ୟାଣି ରାଉତ, ଅମୀୟ ରଞ୍ଜନ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


