ବୋଉ ପତ୍ରିକାର ବନ୍ଧୁ ମିଳନ ରାଷ୍ଟ୍ରର ପ୍ରଗତିରେ ସାହିତ୍ୟ ଓ ମାତୃଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ତ୍ରୟୋମାସିକ ପତ୍ରିକା ‘ବୋଉ’ର ବନ୍ଧୁମିଳନ ଓ ‘ରାଷ୍ଟ୍ରର ପ୍ରଗତିରେ ମାତୃଶକ୍ତିର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ୟୁନିଟ୍-୯ସ୍ଥିତ ଜନକଲ୍ୟାଣ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ ସହ କୋଭିଡ଼ରେ ପ୍ରାଣ ହରାଇଥିବା ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଭାବେ ଯୋଗଦେଇ ଏହାର ମୁଖ୍ୟ ପୃଷ୍ଠପୋଷକ ବନମାଳୀ ସାମନ୍ତରାୟ, ‘ବୋଉ’ର ସମ୍ପାଦକ ଓ କବି ସଞ୍ଜୟ କୁମାର ଚୌଧୁରୀ, ସମ୍ମାନିତ ଅତିଥି ଭାବେ ନାରାୟଣ ସେବା ଫାଉଣ୍ଡେସନର ସମ୍ପାଦିକା ସମିତା ମହାରଣା, ଲେଖିକା ମନୀଷା ରାୟ, ମାଟିଭାଷାର ସମ୍ପାଦକ ଜେମାମଣି ଦିଲ୍ଳିପ କୁମାର ରାୟ, ଲବଣେଶ୍ୱର ବାରିକ ଯୋଗଦେଇ ରାଷ୍ଟ୍ରର ପ୍ରଗତିରେ ମାତୃଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହିତ ସାହିତ୍ୟ ପତ୍ରିକା ବହୁ କଣ୍ଟକିତ ପଥ ଦେଇ ଅତିକ୍ରମ କରୁଛି ଏବଂ ତାହାର ପୁନରୁଦ୍ଧାର କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ । ଅତିଥି ପରିଚୟ ଓ ପରିଚାଳନା କରି ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ମତବ୍ୟକ୍ତ କରିଥିଲେ ଯେ, ମହାପୁରୁଷ ଓ ସହିଦମାନଙ୍କୁ ସମ୍ମାନ ଦେବା ସହିତ ମା, ମାଟି, ମାତୃଭାଷା ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ । ସାହିତ୍ୟର ବ୍ୟାପକ ପ୍ରଚାର ଓ ପ୍ରସାର ହେବା ଆବଶ୍ୟକ । କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ କବି, ସାହିତ୍ୟିକ, ସମାଜସେବୀ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରମୁଖ ପରିଚାଳନା କରିଥିଲେ ସମାଜସେବୀ ସୀତାଂଶୁ ଶେଖର ମହାରଣା, ରଶ୍ମିତା ମୁଖୀ, ସୁଶ୍ରୀସଙ୍ଗିତା ନାୟକ । ଧନ୍ୟବାଦ ଅର୍ପଣ କରିଥିଲେ ସମାଜସେବୀ ସତ୍ୟବ୍ରତ ଜେନା ।


