ବହୁ ଚେଷ୍ଟା ସତ୍ତ୍ୱେ ବଞ୍ଚି ପାରିଲେନି ସନ୍ତୋଷି ।

ବୁଗୁଡା(ଅନିଲ କୁମାର ମହାରଣା): ସାମାନ୍ୟ ବଚଷା। ବିତିଥିଲା ୧୦ ଦିନ। ତଥାପି କକା ଧନୁ ନାୟକର ମନ ଜଳୁଥିଲା ପ୍ରତିହିଂସାରେ। ବଣପଲ୍ଲୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନିଜର ବଡ ଭାଇ ରଙ୍କନିଧିଙ୍କ ଝିଅ ସନ୍ତୋଷି ନାୟକ(୧୧) ନିଜର କ୍ଷେତକୁ କୌଣସି କାମରେ ଯାଇ ଫେରୁଥିବା ବେଳେ ନରହନ୍ତା କକା ଧନୁ ହାବୁଡ଼ରେ ପଡ଼ିଥିଲେ। ନୃଶଂସ କକା ଏକ ଭୁଜାଲିରେ ନିଜ ଝିଆରୀ ସନ୍ତୋଷିଙ୍କ ଗଳାକୁ କାଟିବ ସହ ପେଟକୁ ଭୁଷି ଦେଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ବୁଗୁଡା, ପରେ ବ୍ରହ୍ମପୁର ଓ ଶେଷରେ କଟକ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲେ ମଧ୍ୟ ସନ୍ତୋଷିଙ୍କ ଜୀବନ ରକ୍ଷା ହୋଇପାରିନଥିଲା। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ମେଡ଼ିକାଲରେ ମୃତ୍ୟୁ ବରଣ କରିଥିଲେ ସନ୍ତୋଷି। ସନ୍ତୋଷିଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବାଲିପଦର ଓଆଇସିଙ୍କ ସମେତ ବଣପଲ୍ଲୀ ଗ୍ରାମବାସୀ ବୃନ୍ଦ ସନ୍ତୋଷିଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଧନୁ ନାୟକ ବିରୋଧରେ ବୁଗୁଡା ଥାନା କେଶ ନଂ ୩୩/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ତାହା ବର୍ତ୍ତମାନ ଏକ ହତ୍ୟା ମାମଲା ଦର୍ଶାଯାଇ ମାନ୍ୟବର ଅଦାଳତାଙ୍କ ଅବଗତ କରାଯିବ ବୋଲି ବାଲିପଦର ଫାଣ୍ଡି ଓଆଇସି ନିରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ